ପେଚେଫ୍ସଟ୍ରୁମ୍, ୬୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ବିଶ୍ୱକପ ର ଏହି ୧୩ତମ ସଂସ୍କରଣରେ ଭାରତ ଓ ପଡୋଶୀ ବାଂଲାଦେଶ ଟାଇଟଲ ପାଇଁ ସ୍ଥାନୀୟ ଜେ.ବି. ମାର୍କ୍ସ ଓଭାଲ ଗ୍ରାଉଣ୍ଡରେ ରବିବାର ପରସ୍ପରକୁ ଭେଟିବେ। ପୂର୍ବରୁ ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଭାରତ ୧୦ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଫାଇନାଲକୁ ଉଠିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଗୁରୁବାର ବାଂଲାଦେଶ ୩୫ଟି ବଲ ବାକି ରଖି ୬ ଉଇକେଟରେ ନ୍ୟୁଜିଲାଣ୍ଡକୁ ଅତି ସହଜରେ ହରାଇ ଫାଇନାଲରେ ପ୍ରବେଶ କରିଛି।