Categories: ଖେଳ

୧୯ ବର୍ଷର ବିଶ୍ୱରେକର୍ଡ ଭାଙ୍ଗିଲା ଭାରତ

ମେଲବୋର୍ନ,୨୪।୧୦: ଭାରତ ଟି-୨୦ ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚରେ ପାକିସ୍ତାନ ଉପରେ ଏକ ରୋମାଞ୍ଚକ ବିଜୟ ହାସଲ କରିଛି। ଏହି ବିଜୟ ସହ ଭାରତ ଅଷ୍ଟ୍ରେଲିଆର ୧୯ ବର୍ଷ ପୁରୁଣା ଏକ ବିଶ୍ୱ ରେକର୍ଡକୁ ଭାଙ୍ଗିଛି। ଟିମ ଇଣ୍ଡିଆ ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ ଜିତିବା ପାଇଁ ଦଳ ହୋଇପାରିଛି। ଚଳିତ ବର୍ଷ ପାକିସ୍ତାନ ବିପକ୍ଷରେ ଭାରତର ୩୯ ତମ ବିଜୟ ଥିଲା। ୨୦୦୩ରେ, ରିକି ପଣ୍ଟିଂଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୩୮ଟି ବିଜୟ ସହ ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା। ଚଳିତ ବର୍ଷ ଟିମ ଇଣ୍ଡିଆରେ ଆହୁରି ଅନେକ ମ୍ୟାଚ ବାକି ଅଛି, ତେଣୁ ଭାରତ ଏକ ନୂଆ ରେକର୍ଡ ସୃଷ୍ଟି କରିବ।
ରିକି ପଣ୍ଟିଂଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୦୩ରେ ୩୦ଟି ଦିନିକିଆ ଏବଂ ୮ଟି ଟେଷ୍ଟ ମ୍ୟାଚ ଜିତି ଏହି ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ଚଳିତ ବର୍ଷ ଦୁଇଟି ଟେଷ୍ଟ, ୧୩ଟି ଦିନିକିଆ ଏବଂ ୨୪ ଟି-୨୦ ମ୍ୟାଚ ଜିତି ଭାରତ ଏହି ବିଶ୍ୱ ରେକର୍ଡ ଜିତିଛି। ଏହାପୂର୍ବରୁ ମଧ୍ୟ ଭାରତ ଥରେ ଅଷ୍ଟ୍ରେଲିଆର ଏହି ରେକର୍ଡର ନିକଟତର ହୋଇଥିଲା, କିନ୍ତୁ ଏଥିରୁ ବଞ୍ଚିତ ହୋଇଥିଲେ। ୨୦୧୭ରେ ଭାରତ ୩୭ଟି ବିଜୟ ହାସଏ କରିଥିଲା।

Share