୧୯ ବର୍ଷୀୟ ଯୁବକଙ୍କ ନାଁରେ ୧୭୫ଟି ମାମଲା

ପୁଣେ,୮।୧୧: ପୁଣେ ପୋଲିସ ପାଇଁ ଜଣେ ୧୯ ବର୍ଷୀୟ ଯୁବକ ମୁଣ୍ଡବିନ୍ଧାର କାରଣ ସାଜଛି। ୮ ବର୍ଷ ଭିତରେ ଉକ୍ତ ଯୁବକଙ୍କ ନାଁରେ ୧୭୫ଟି ମାମଲା ରୁଜୁ ହେବା ପରେ ଶେଷରେ ବହୁ କଷ୍ଟରେ ପୋଲିସ ହାତରେ ଧରାପଡିଛନ୍ତି ଏହି କୋଟିପତି ଚୋର। ପୋଲିସ ମୁତାବକ, ପବିତ୍ର ସିଂ ଓରଫ ଗବର ସିଂ ନାମକ ଏହି ଚୋର ୧୨ ବର୍ଷରୁ ଚୋରି କରିବା ଆରମ୍ଭ କରିଥିଲା। ପ୍ରଥମେ ସେ ସ୍କୁଲରୁ କମ୍ପ୍ୟୁଟର ଚୋରି କରିଥିଲେ। ଯଦିଓ ସେ ଏଥିରେ ଧରାପଡି ସୁଧାରଗୃହକୁ ଯାଇଥିଲା। କିନ୍ତୁ ଭୁଲ ସୁଧୁରିବା ପରିବର୍ତ୍ତେ ସେ ଆହୁରି ଚୋରି କରିଚାଲିଥିଲେ। ଧୀରେ ଧୀରେ ତାଙ୍କ ନାଁରେ ମାମଲା ବଢିଚାଲିଥିଲା। ପୋଲିସ ତାଙ୍କୁ ଧରିବାରେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ନିକଟରେ ଗବର ସିଂ ନିଜ ଦୁଇ ସାଙ୍ଗଙ୍କ ସହ ଏକ ସୁନା ଦୋକାନରୁ ଚୋରି କରିବାକୁ ଯାଇଥିଲା। ଏହାର ସୂୂଚନା ପାଇଁ ପୋଲିସ ସୁନା ଦୋକାନ ଚାରିପଟୁ ତାଙ୍କୁ ଘେରି ଯାଇଥିଲା। ପୋଳିସ ତାଙ୍କୁ ଗିରଫ କରିବା ସହ ୩୮ କିଲୋ ରୂପା, ୧ କିଲୋ ସୁନା, ୧୩ଟି କାର୍‌, ୫ଟି ବାଇକ୍‌ ତାଙ୍କଠାରୁ ଜବତ କରିଥିଲା।

Share