Categories: ଜାତୀୟ

୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଲା ଝାଡ଼ଖଣ୍ଡ: ଶୁକ୍ରବାର ସ୍ବତନ୍ତ୍ର ଅଧିବେଶନ

ରାଞ୍ଚି,୧୨।୯: ଝାଡ଼ଖଣ୍ଡ ୧୯ ବର୍ଷ ପରେ ଭଡ଼ା ବିଧାନସଭାରୁ ମୁକ୍ତି ପାଇଛି। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ନୂଆ ବିଧାନସଭା ଭବନକୁ ଉଦ୍‌ଘାଟନ କରିଛନ୍ତି। ୩୯ ଏକର ଜମିରେ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ୪୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଧାନସଭାରେ ୧୬୨ ବିଧାୟକଙ୍କ ବସିବାର କ୍ଷମତା ରହିଛି। ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ଏହାର ବିଧାନସଭା ଏଚଇସିର ଲେନିନ୍‌ ହଲ୍‌ରେ ଭଡ଼ାରେ ଚାଲିଥିଲା। ଉଦ୍‌ଘାଟନ ପରେ ଶୁକ୍ରବାର ଏଠାରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ନୂଆ ବିଧାନସଭାର ଉଦ୍‌ଘାଟନ ସହିତ ମୋଦି ୬୮ ଏକର ଜମିରେ ରାଜ୍ୟ ସଚିବାଳୟର ଶିଳାନ୍ୟାସ କରିଛନ୍ତି। ଏଠାରେ ସଚିବାଳୟ ନିର୍ମାଣ ପାଇଁ ଏକ ହଜାର ୨ଶହ ୩୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି।

Share