Categories: ଖେଳ

୧୯ ବର୍ଷ ପୁରୁଣା ବ୍ଲେଜର୍‌ ପିନ୍ଧି ବିସିସିଆଇ ପଦ ସମ୍ଭାଳିଲେ ଗାଙ୍ଗୁଲି, ଜାଣନ୍ତୁ କାହିଁକି

ମୁମ୍ବାଇ,୨୪।୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଏତେ ବଡ ପଦ ସମ୍ଭାଳିବା ପୂର୍ବରୁ ଗାଙ୍ଗୁଲିଙ୍କ ମଧ୍ୟରେ ସେହି ଆତ୍ମବିଶ୍ୱାସ, ସେହି ମୁରୁକି ହସ ତାଙ୍କ ମୁହଁରେ ଥିଲା ଯେଉଁଟା ସେ ଭାରତୀୟ ଦଳର ନେତୃତ୍ୱ ନେବାବେଳେ ଥିଲା। ତାଙ୍କ ଚେହେରାରେ ଆଦୌ ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନ ଥିଲା। ମୁମ୍ବାଇରେ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟରେ ବୋର୍ଡର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ପହଞ୍ଚି ଗାଙ୍ଗୁଲି ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ପଦ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ଗାଙ୍ଗୁଲି ଯେଉଁ ବ୍ଲେଜର ପିନ୍ଧିଥିଲେ, ତାହା ବହୁତ ଖାସ ଥିଲା। କାରଣ ତାହା ୧୯ ବର୍ଷ ପୁରୁଣା ଥିଲା। ସେ ୨୦୦୦ ମସିହାରେ ଭାରତୀୟ ଦଳର ପ୍ରଥମଥର ପାଇଁ ନେତୃତ୍ୱ ନେବାବେଳେ ଯେଉଁ ବ୍ଲେଜର୍‌ ପିନ୍ଧିଥିଲେ ତାହା ସେ ବିସିସିଆଇର ଅଧ୍ୟକ୍ଷ ପଦ ସମ୍ଭାଳିବାବେଳେ ମଧ୍ୟ ପିନ୍ଧିଥିଲେ। ଏନେଇ ସେ କହିଥିଲେ, ଏହି ବ୍ଲେଜରଟି ମୋ ପାଇଁ ବହୁତ୍‌ ଖାସ୍‌ ଥିଲା। ତେଣୁ ମୁଁ ତାକୁ ସାଇତି ରଖିଥିଲି। ଆଜି ତାହା କାମରେ ଆସିଲା।

Share