Categories: ଫୁରସତ

୧୯ ବର୍ଷ ପୂର୍ବର ପେଣ୍ଟିଂ, ବିକ୍ରି ହେଲା ୧୭୭ କୋଟିରେ

ଜାପାନର ଜଣେ ଲୋକପ୍ରିୟ ଚିତ୍ରକାର ୟୋଶୋତୋମୋ ୨୦୦୦ ମସିହାରେ ଏକ କାର୍ଟୁନ ଗର୍ଲ ପେଣ୍ଟିଂ(ଫଟୋଚିତ୍ର) ତିଆରି କରିଥିଲେ। ନିକଟରେ ହଂକଂର ମଡେନଷ୍ଟିକ୍‌ କନ୍‌ଭେନ୍‌ଶନ ସେଣ୍ଟରରେ ଏହା ନିଲାମ ହୋଇଛି। ଅତି ସାଧାସିଧା ଦେଖାଯାଉଥିଲେ ମଧ୍ୟ ଏହା ୧୭୭ କୋଟି ଟଙ୍କାରେ ବିକ୍ରି ହୋଇଛି। ୟୋଶୋତୋମୋଙ୍କ ଦ୍ୱାରା ତିଆରି ହୋଇଥିବା ଏହା ସବୁଠାରେ ମହଙ୍ଗା ପେଣ୍ଟିଂ। ‘ନାଇଫ ବିହାଇଣ୍ଡ ବ୍ୟାକ୍‌’ ନାମକ ଏହି ପେଣ୍ଟିଂକୁ କିଣିବା ପାଇଁ ୬ଜଣ ନିଲାମଧାରୀ ନିଲାମ ଡାକିଥିଲେ। ଖାସ୍‌ କଥା ହେଲା ମାତ୍ର ୧୦ ମିନିଟରେ ଏହି ନିଲାମ ଡ଼କା ଶେଷ ହୋଇ ଏହା ବିକ୍ରି ହୋଇଥିଲା। ପୂର୍ବରୁ ମଧ୍ୟ ୟୋଶୋତୋମୋ ଏମିତି ଅନେକ ପେଣ୍ଟିଂ କରିଛନ୍ତି ଯାହାକି ଖୁବ୍‌ ଚର୍ଚ୍ଚାରେ ରହିଛି। ୧୯୯୧ରେ ସେ ଏପରି ଏକ ପେଣ୍ଟିଂ କରିଥିଲେ ଯେଉଁଥିରେ, ଜଣେ ଝିଅ ହାତରେ ଛୁରି ଧରିଥିଲା। ଏହାକୁ ସନ୍‌ ଫ୍ରାନ୍‌ସିସ୍‌କୋରେ ପ୍ରଦର୍ଶିତ କରାଯାଇଥିଲା। ସେହିପରି ୧୯୯୯ରେ ‘ସ୍ଲିପ୍‌ନେସ୍‌ ନାଇଟ୍‌(କ୍ୟାଟ)’ ଶୀର୍ଷକ ଆଉ ଏକ ଝିଅର ପେଣ୍ଟିଂ ତିଆରି କରିଥିଲେ। ଯାହାକି ପ୍ରାୟ ୩୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ତାଙ୍କ ପେଣ୍ଟିଂ ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ।

Share