୧୯ ମାସର ଶିଶୁପୁତ୍ରଙ୍କୁ ସରକାର ଦେଲେ ବୀରତା ପୁରସ୍କାର: ଜଙ୍ଗଲ ନିଆଁ ଲିଭାଇବା ସମୟରେ ପିତାଙ୍କର ଘଟିଥିଲା ମୃତ୍ୟୁ

ସିଡ୍‌ନୀ,୩।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁ ଲାଗି ରହିଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ଦମକଳ ବାହିନୀ କର୍ମଚାରୀ ଜ୍ୟୋଫ୍ରି କିଟନ୍‌ଙ୍କ ମୃତ୍ୟୁ ଘଟିଥିଲା। ଜ୍ୟୋଫ୍ରିଙ୍କ ଅନ୍ତିମ ସଂସ୍କାର ଗୁରୁବାର ସମ୍ପନ୍ନ ହୋଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ଜ୍ୟୋଫ୍ରିଙ୍କ ୧୯ ମାସର ଶିଶୁପୁତ୍ର ହାର୍ବି କିଟନଙ୍କୁ ସର୍ବୋଚ୍ଚ ସେବା ମେଡ଼ାଲ ସମ୍ମାନରେ ସମ୍ମାନୀତ କରାଯାଇଛି। ହାର୍ବି ର୍ୟୁରାଲ ଫାୟାର ସର୍ଭିସ୍‌ ପୋଷାକ ପିନ୍ଧି ପିତାଙ୍କ ପକ୍ଷରୁ ମରଣତ୍ତୋର ବୀରତା ସମ୍ମାନ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଜଙ୍ଗଲ ନିଆଁ ଲିଭାଇବା ସମୟରେ ୩ ଜଣ ଦମକଳ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

Share