Categories: ଫୁରସତ

୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରି ରଖିଛନ୍ତି ଏହି ଭାରତୀୟ

କାହାର କେତେ ପ୍ରକାରର ସଉକ ରହିଥାଏ। ହେଲେ ଏମିତି ଜଣେ ଭାରତୀୟ ଅଛନ୍ତି ଯେ ଏବେସୁଦ୍ଧା ପ୍ରାୟ ୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୁବାଇରେ ରହୁଥିବା ୬୫ ବର୍ଷୀୟ ପିସି ରାମଚନ୍ଦ୍ରନ ଏବେ ୨୭,୨୨୫ ଡଲାର ବା ପ୍ରାୟ ୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରିଥିବା କହିଛନ୍ତି। ଡାକ ଟିକଟ ବ୍ୟତୀତ ବିଭିନ୍ନ ଦେଶର ମୁଦ୍ରା ଓ ଅନ୍ୟ ପୁରୁଣା ବସ୍ତୁ ସଂଗ୍ରହ କରି ରଖିବାରେ ତାଙ୍କ ରୁଚି ରହିଥିବା ସେ କୁହନ୍ତି। ଏବେ ରାମଚନ୍ଦ୍ରନ ୟୁନାଇଟେଡ ଆରବ ଏମିରେଟ୍ସର ବରିଷ୍ଠ ସଂଗ୍ରହକର୍ତ୍ତା ଭାବେ ପରିଚିତ। ଭାରତର ମୂଳ ବାସିନ୍ଦା ରାମଚନ୍ଦ୍ର ପିଲାଟି ଦିନୁ ସ୍କୁଲରେ ପଢିବା ସମୟରୁ ରଙ୍ଗ ବେରଙ୍ଗ ଡାକ ଟିକଟ ସଂଗ୍ରହ କରିବାରେ ରୁଚି ରଖୁଥିଲେ। ପିଲାଦିନେ ବିଦେଶରେ ରହୁଥିବା ସମ୍ପର୍କୀୟମାନେ ଯେତେବେଳେ ଚିଠି ଦେଉଥିଲେ ସେଥିରେ ଲାଗିଥିବା ଡାକ ଟିକଟକୁ ସେ ଚିରି ସାଇତି ରଖୁଥିଲେ। ଭାରତରେ ୧୯୪୭ ମସିହାରୁ ନେଇ ଆଜି ପର୍ଯ୍ୟନ୍ତ ଯେତେ ପ୍ରକାରର ଡାକ ଟିକଟ ପ୍ରଚଳନ କରାଯାଇଛି ପ୍ରାୟ ସମସ୍ତ ଡାକ ଟିକଟ ତାଙ୍କ ପାଖରେ ରହିଛି। ୧୯୭୩ରେ ଦୁବାଇ ଯିବା ପରେ ବି ତାଙ୍କ ସଉକ ବା ସଂଗ୍ରହ କରିବାର ନିଶାକୁ ସେ ଛାଡି ପାରି ନ ଥିଲେ। ସେହିପରି ୟୁଏଇର ସ୍ଥାପନା ଦିବସଠାରୁ ଚଳି ଆସୁଥିବା ଡାକ ଟିକଟର ଏକ ବିଶାଳ ସଂଗ୍ରହ ରହିଛି ରାମଚନ୍ଦ୍ରନଙ୍କ ପାଖେ। ଏହାସହ ୟୁଏଇ ସହ ସମ୍ପର୍କ ଥିବା ୧୯୩ ଦେଶର ମୁଦ୍ରାବି ସେ ସାଇତି ରଖିଛନ୍ତି। ଏଥିମଧ୍ୟରୁ ଏବେ ଅନେକ ମୁଦ୍ରା ଆଉ ଚଳୁ ନ ଥିବା ଜଣାପଡିଛି।

Share