୧୯ ହଜାର ଟପିଲା କରୋନା ମୃତ୍ୟୁ

ପ୍ୟାରିସ୍‌/ମାଡ୍ରିଡ,୨୬ା୩: କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୯,୭୪୮ରେ ପହଞ୍ଚତ୍ଛି। ଡିସେମ୍ବରରେ ଚାଇନାରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ବର୍ତ୍ତମାନ ସୁଦ୍ଧା ୧୯୬ ଦେଶକୁ ବ୍ୟାପିଲାଣି ଓ ଏଥିରେ ୪ ଲକ୍ଷ ୪୦ ହଜାର ୧୪୫ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ସ୍ପେନ୍‌ରେ ଗୋଟିଏ ଦିନରେ ୭୩୮ ଜଣଙ୍କ ଜୀବନ ନେଇଛି। ସେଠାରେ ମୃତ୍ୟୁସଂଖ୍ୟା ୩୪୩୪କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪୭,୬୧୦ରେ ପହଞ୍ଚତ୍ଛି। ଇଟାଲୀରେ ଫେବୃୟାରୀ ମାସରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଏବେ ସେଠାରେ ମୃତ୍ୟୁ ସଂଖ୍ୟା ୬,୮୨୦ରେ ପହଞ୍ଚତ୍ଛି। ଏହି ଦେଶରେ ୬୯,୧୭୬ ଜଣ ସଂକ୍ରମିତ ଥିବାବେଳେ ୮,୩୨୬ ଜଣ ସୁସ୍ଥ ହେଲେଣି। ଚାଇନାରେ ମୃତ୍ୟୁସଂଖ୍ୟା ୩,୨୮୧ ଏବଂ ସଂକ୍ରମିତଙ୍କ ସଂଖ୍ୟା ୮୧,୨୧୮ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଇରାନରେ ମୃତ୍ୟୁସଂଖ୍ୟା ୨,୦୭୭ ରହିଥିବାବେଳେ ଆକାନ୍ତଙ୍କ ସଂଖ୍ୟା ୨୭,୦୧୭, ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୧୦୦ ଏବଂ ସଂକ୍ରମିତଙ୍କ ସଂଖ୍ୟା ୨୨,୩୦୨ ରହିଛି। ଆମେରିକାରେ ୬୦୦ରୁ ଅଧିକ ପ୍ରାଣ ହରାଇଥିବାବେଳେ ୫୫,୨୨୫ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି।
ମହାଦେଶ ଅନୁଯାୟୀ ଦେଖିଲେ, ୟୁରୋପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୨,୨୬,୩୪୦ ଓ ମୃତ୍ୟୁସଂଖ୍ୟା ୧୨,୭୧୯ ରହିଛି। ସେହିପରି ଏସିଆରେ ସଂକ୍ରମିତଙ୍କ ସଂଖ୍ୟା ୯୯,୮୦୫ ଏବଂ ମୃତକଙ୍କ ସଂଖ୍ୟା ୩,୫୯୩ ରହିଛି। ମଧ୍ୟପ୍ରାଚ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୧୧୮ ରହିଥିବାବେଳେ ମୃତ୍ୟୁସଂଖ୍ୟା ୨,୨୨୯ରେ ପହଞ୍ଚତ୍ଛି। ଉତ୍ତର ଆମେରିକା ଓ କାନାଡାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭,୩୦୪ ରହିଥିବାବେଳେ ମୃତ୍ୟୁସଂଖ୍ୟା ୬୨୪। ସେହିପରି ଦକ୍ଷିଣ ଆମେରିକା ଓ କାରିବିୟାନ ଦେଶରେ ୭୩୩୭ ମାମଲା ହୋଇଥିବାବେଳେ ୧୧୮ ଜଣଙ୍କ ଜୀବନ ଯାଇଛି। ଆଫ୍ରିକାରେ ୨୩୮୨ ଜଣ ଆକ୍ରାନ୍ତ ହେବା ସହ ୬୪ ଜଣଙ୍କ ମୃତ୍ୟୁ ଘଟିଛି।

Share