୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ ପଢ଼ି ସେ ଚାକିରି କରିଥିଲେ। ତେବେ ଏହା ତାଙ୍କୁ ଆତ୍ମସନ୍ତୋଷ ଦେଇ ନ ଥିଲା। ତେଣୁ ସେ ଚାକରି ଛାଡ଼ି ନିଜେ କିଛି କରିବାର ଉଦ୍ୟମ ଆରମ୍ଭ କରିଥିଲେ। ୧୯୯୪ରେ ହରିଦ୍ୱାରର ଶାନ୍ତିକୁଞ୍ଜରୁ ୧ କିଲୋ ଜିଆ ଖତ କିଣି ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ଆରମ୍ଭ କରିଥିଲେ। ନିଜର ୩ ଏକର ଜମିରେ ୩୫୦ଟି ଭର୍ମି ବେଡ୍‌ ତିଆରି କରି ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି କାର୍ଯ୍ୟ କରିଥିଲେ। ଧିରେଧିରେ ବ୍ୟବସାୟ ବଢ଼ିବାରେ ଲାଗିଥିଲା। ଏବେ ସେ ୧୪ଟି ରାଜ୍ୟର ୬ ହଜାରରୁ ଅଧିକ ଚାଷୀଙ୍କୁ ଜିଆ ଖତ ଯୋଗାଉଛନ୍ତି। ତାଙ୍କର ବାର୍ଷିକ କାରବାର ୨ କୋଟି ଟଙ୍କା ଟପିଛି। ନିଜେ ରୋଜଗାର କରିବା ସହିତ ବେକାର ଯୁବବର୍ଗଙ୍କୁ ମଧ୍ୟ ସେ ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ତାଲିମ ଦେଇ ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛନ୍ତି।

Share