ଚେନ୍ନାଇ, ୩୦।୬: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଭୀଷଣ ଜଳସଙ୍କଟ ଦେଖାଦେଇଛି। ଗ୍ରାମାଞ୍ଚଳରେ ସ୍ଥିତି ଭୟାବହ ଥିବାବେଳେ ସହରରେ ଲୋକେ ଚଢାଦରରେ ପାଣି କିଣି ପିଉଛନ୍ତି। ବ୍ୟବସାୟୀମାନେ ଲୋକଙ୍କୁ ପାଣି କିଣିବା ପାଇଁ ଲୋଭନୀୟ ଅଫର୍ ମଧ୍ୟ ଦେଉଛନ୍ତି। ଚେନ୍ନାଇର ଜଣେ ବ୍ୟବସାୟୀ ସିଏନ ପାର୍ଥସାରଥୀ ଏକ କିଲୋ ଇଡଲି-ଦୋସା ପିଠଉ କିଣିଲେ ୧ ବାଲ୍ଟି ପାଣି ମାଗଣାରେ ଦେଉଛନ୍ତି। ଏଥିରୁ ଯାହା ଅତିରକ୍ତ ରୋଜଗାର ହେଉଛି। ସେଥିରେ ପାଣି କିଣି ଟ୍ୟାଙ୍କର ସାହାଯ୍ୟରେ ଲୋକଙ୍କ ପାଖକୁ ପଠାଯାଉଛି। ଏଭଳି ଜଳସଙ୍କଟ ସମୟରେ ପରସ୍ପର ସାହାଯ୍ୟ କରିବା ଆବଶ୍ୟକ ବୋଲି ପାର୍ଥସାରଥୀ କହିଛନ୍ତି।