Categories: ଫୁରସତ

୧ କୋଟି ଟଙ୍କାର ଚାକିରି ଅଫର ଛାଡ଼ିଲେ ଚା’ ବିକାଳିଙ୍କ ପୁଅ

ପିଲାଦିନରୁ ସମସ୍ତେ ପାଠପଢ଼ାରେ ଧ୍ୟାନ ଦେଇଥାନ୍ତି। ବଡ଼ ହେଲେ କେମିତି ଭଲ ଚାକିରିଟିଏ କରିବେ। ଚାକିରି ମିଳିଗଲେ ଖୁସିରେ ପାଦ ତଳେ ଲାଗେନି। ଭଲ ଦରମାରେ ଯଦି ଚାକିରିଟିଏ ମିଳିଗଲା ତେବେ ଖୁସି ବହୁଗୁଣିତ ହୋଇଯାଏ। ଆଜି ଏମିତି ଜଣେ ଯୁବକ ସମ୍ପର୍କରେ କହିବୁ ଯାହାକୁ ବିଦେଶରେ ଚାକିରି ମିଳିଛି କିନ୍ତୁ ସେ ଭାରତ ଛାଡ଼ି ଯିବାକୁ ରାଜି ନୁହନ୍ତି। ୨୧ ବର୍ଷୀୟ ଯୁବକ ସଚିନ ସନଓ୍ବାଲ  ଇଞ୍ଜିନିୟରିଂରେ ଗ୍ରାଜୁଏଟ୍‌ କରିଛନ୍ତି। ଏହା ପରେ ତାଙ୍କୁ କାନାଡାରୁ ଏକ ଫାର୍ମରେ ଚାକିରି ଅଫର ମିିଳିଛି। ମାସକୁ ଦରମା ୧ କୋଟି। କିନ୍ତୁ ସଚିତ ଭାରତରେ କମ୍‌ ଦରମାରେ ଚାକିରି କରିବାକୁ ଚାହାନ୍ତି। ସଚିନଙ୍କ ପିତା ଉତ୍ତରାଖଣ୍ଡର ଭୀମତାଲ୍‌ରେ ଚା’ ବିକୁଛନ୍ତି। ସଚିନ୍‌ କୁହନ୍ତି ତାଙ୍କ ପରିବାରରେ ସେ ପ୍ରଥମ ଗ୍ରାଜୁଏଟ୍‌। କାନାଡ଼ାରୁ ଚାକିରି ଅଫର ମିଳିବା ପରେ ତାଙ୍କ ପରିବାର ଲୋକ ବହୁତ ଖୁସି। କିନ୍ତୁ ସେ ଚାହାନ୍ତିନି ବିଦେଶରେ ଯାଇ ଚାକିରି କରିବେ। କାରଣ ତାଙ୍କ ପିତା ବହୁ କଷ୍ଟ କରି ତାଙ୍କୁ ପାଠ ପଢ଼ାଇଛନ୍ତି। ତେଣୁ ସେ ବିଦେଶରେ ଯାଇ କେମିତି କାମ କରିବେ। ଏଣୁ ଏହି ଅଫରକୁ ସେ ଛାଡ଼ି ଦେଇଛନ୍ତି।

Share