Categories: ଫୁରସତ

୧ ଗ୍ରାମ୍‌ ମାଛକୁ ହୋଇଥିଲା ଟ୍ୟୁମର: ୯ ହଜାର ଖର୍ଚ୍ଚକରି ଅପରେଶନ କଲେ ମାଲିକ

ଇଂଲଣ୍ଡର ବ୍ରିଷ୍ଟୋଲସ୍ଥିତ ଭେଟ୍‌ସ ଭେଟେରିନାରି ହସ୍ପିଟାଲର ଡା. ଏକ ମାଛର ଅପରେଶନ କରି ପେଟରୁ ଟ୍ୟୁମର ବାହାର କରିଛନ୍ତି। ମାଛର ଓଜନ ୧ ଗ୍ରାମ ହେବ। ପାଖାପାଖି ୪୦ ମିନିଟ ଅପରେଶନ ପରେ ମାଛଟି ସୁସ୍ଥ ହୋଇଛି। ଏହା ହେଉଛି ସର୍ଜରୀ ହୋଇଥିବା ବିଶ୍ୱର ସବୁଠାରୁ ଛୋଟ ରୋଗୀ। ମୋଲି ପ୍ରଜାତିର ଏହା ସୁନେଲୀ ମାଛ। ଏହାର ମୂଲ୍ୟ ପ୍ରାୟ ୮୯ ଟଙ୍କା। ମାତ୍ର ଏହାର ଅପରେଶନ ପାଇଁ ମାଲିକଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ୯ ହଜାର ଟଙ୍କା। ଏହି ଚିିକିତ୍ସାଳୟରେ ବେଙ୍ଗ, ଝିଟିପିଟି, କୁମ୍ଭୀରର ଅପରେଶନ ହୋଇଛି।


ହସ୍ପିଟାଲରେ କାମ କରୁଥିବା ସୋନ୍ୟା ମାଇଲ୍ସଙ୍କ କହିବା ଅନୁଯାୟୀ, ମାଛଟିକୁ ଜଣେ ପଡ଼ୋଶୀ ଉକ୍ତ ମାଲିକଙ୍କୁ କିଛି ସପ୍ତାହ ପୂର୍ବେ ଉପହାର ରୂପେ ଦେଇଥିଲେ। ପ୍ରଥମେ ସବୁକିଛି ଠିକ୍‌ ଥିଲା। ମାତ୍ର କିଛି ଦିନ ପରେ ମାଛ ପେଟର ତଳ ଭାବରେ ଏକ ଗଣ୍ଠି ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ତା’ର ଚିକତ୍ସା ପାଇଁ ହସ୍ପିଟାଲ ନିଆଗଲା। ପ୍ରଥମେ ମାଛକୁ ଏକ କଣ୍ଟେନରରେ ରଖାଗଲା। ସେ ଶାନ୍ତ ହେବା ପରେ ତାର ଅପରେଶନ କରାଯାଇ ଟ୍ୟୁମରକୁ ମୁହଁ ନଳୀ ବାଟେ ବାହାର କରାଗଲା। ପରେ ମାଛ ପେଟକୁ ଓ୍ବାଟରପୃଫ୍‌ ପେଷ୍ଟ ଦ୍ୱାରା ବନ୍ଦ କରାଯାଇଥିଲା। କିଛି ସମୟ ପରେ ତାକୁ ଅମ୍ଳଯାନ ଯୁକ୍ତ ପାଣିରେ ଛାଡ଼ି ଦିଆଯାଇଥିଲା। ଶେଷରେ ସବୁକିଛି ଠିକ୍‌ ହେବା ପରେ ତାକୁ ହସ୍ପିଟାଲରୁ ଛଡ଼ା ଯାଇଥିବା ଜଣାପଡ଼ିଛି।

Share