Categories: ଫୁରସତ

୧ ବର୍ଷରେ ୫୨ଟି ସମୁଦ୍ର କୂଳ ସଫା କଲେ ୭୦ ବର୍ଷୀୟ ବୃଦ୍ଧା

ଯେଉଁ ବସୁଧା ଆମକୁ ବଞ୍ଚିବାକୁ ସମସ୍ତ ଉପାଦାନ ଦେଉଛି ତାକୁ ଏବଂ ତାହାର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ। ତା’ର ଅବହେଳା କଲେ ତାହା ଅଧିକ କାଳ ତିଷ୍ଠି ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ପରିବେଶ ସୁରକ୍ଷା ନେଇ ଚିନ୍ତାପ୍ରକଟ କରିଛନ୍ତି ୭୦ବର୍ଷୀୟ ବୃଦ୍ଧା ପ୍ୟାଟ୍‌ ସ୍ମିଥ୍‌। ପରିବେଶ ସୁରକ୍ଷା ପାଇଁ ସେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ବିନା କୌଣସି ସହାୟତାରେ ସେ ୧ ବର୍ଷରେ ୫୨ଟି ସମୁଦ୍ର କୂଳ ସଫାକରି ରେକର୍ଡ କରିଛନ୍ତି। ବ୍ରିଟେନର ଏହି ମହିଳା ବର୍ଯ୍ୟବସ୍ତୁ ଏଣେତେଣେ ପକାଇବାକୁ ନେଇ ଲୋକଙ୍କ ମଧ୍ୟରେ ସlଚେତନା ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି। ସାଧାରଣତଃ ଲୋକମାନେ କହିଥାନ୍ତି ଅଳିଆ ଆବର୍ଜନା ଦେଖି ନାକ ଟେକିଥାନ୍ତି। କିନ୍ତୁ ନିଜେ ଏଥିପାଇଁ ଦାୟୀ ବୋଲି କେବେ ଭାବି ନ ଥାନ୍ତି। ତେଣୁ ଯେବେ ମଣିଷ ପରିବେଶ ପ୍ରତି ସଚେତନ ହେବ, ସେବେ ଯାଇ ଏକ ପ୍ରଦୂଷଣମୁକ୍ତ ସହର ଗଢିଉଠିବା ସମ୍ଭବ ହେବ ବୋଲି ପ୍ୟାଟ୍‌ କହିଛନ୍ତି।

Share