Advertisement

୧ ମିନିଟରୁ ଅଧିକ ସମୟ ହାତ ଧୋେଇ ଟ୍ରୋଲ ହେଲେ ଏକତା

କରୋନା ଭାଇରସ୍‌କୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ସେଫ୍‌ ହ୍ୟାଣ୍ଡସ୍‌’ ଚ୍ୟାଲେଞ୍ଜ ଆରମ୍ଭ କରିଛି। ଏହି ଚ୍ୟାଲେଞ୍ଜକୁ ଅଭିନେତ୍ରୀ ଅନୁଷ୍କା ଶର୍ମା, ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ଅନେକ କଳାକାର ପାଳନ କରିଛନ୍ତି। ନିକଟରେ ଏକତା କପୁର ମଧ୍ୟ ଏହି ଚ୍ୟାଲେଞ୍ଜ ନେଇଥିଲେ। ଏଥିପାଇଁ ସେ ହୋଇଛନ୍ତି ଟ୍ରୋଲ୍‌ ।
ସ୍ମୃତି ଇରାନୀ ଏକତାଙ୍କୁ ସେଫ୍‌ ହ୍ୟାଣ୍ଡସ୍‌ ଚ୍ୟାଲେଞ୍ଚ ପାଇଁ ମନୋନୀତ କରିଥିଲେ। ଏହାର ଏକ ଭିଡିଓ ଏକତା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ମୁଁ ଏହି ସେଫ୍‌ ହ୍ୟାଣ୍ଡସ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କରିଛି। ରିଙ୍ଗ ଏବଂ ବ୍ରେସ୍‌ଲେଟ୍‌ରେ ଭର୍ତ୍ତି ଏହି ହାତକୁ ଧୋଇବା ପାଇଁ ମୋତେ ୧ ମିନିଟରୁ ଅଧିକ ସମୟ ଲାଗିଛି। ଏଥିସହ ଅଧିକ ସାନିଟାଇଜରର ଆବଶ୍ୟକତା ମଧ୍ୟ ପଡ଼ୁଛି। ମୋ କେଶ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ଏହା ମୋର କ୍ୱାରେଣ୍ଟାଇନ୍‌ ଲୁକ୍‌ ବୋଲି ସେ ଲେଖିଛନ୍ତି। ୨୦ ସେକେଣ୍ଡର ଏହି ଚ୍ୟାଲେଞ୍ଜକୁ କରିବା ପାଇଁ ଏକତାଙ୍କୁ ୧ ମିନିଟରୁ ଅଧିକ ସମୟ ଲାଗିଥିବାରୁ ହାତରୁ ଗହଣା ବାହାର କରି ଧୋଇବାକୁ ଲୋକେ ତାଙ୍କୁ ଉପଦେଶ ଦେଇଛନ୍ତି। ଆହୁରି ମଧ୍ୟ ତାଙ୍କ ଜୁଏଲାରୀରେ ମାଇକ୍ରୋ ଜର୍ମସ୍‌ ଲାଗିଥିବା କେହି କେହି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share