Categories: ଫୁରସତ

୧ ହଜାର କିମି ପଦଯାତ୍ରା ଆରମ୍ଭ କଲେ ଦମ୍ପତି, ଜାଣନ୍ତୁ କାରଣ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାମିଲନାଡୁ ମଦୁରାଇର ଏକ ଦମ୍ପତି ୧ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି। ଏମ. କରୁପାହ୍ୟା(୪୯) ଗୋଟିଏ ସାଇକେଲ ଏବଂ ତାଙ୍କ ସ୍ତ୍ରୀ କେ. ଚିତ୍ରା(୫୧) ହାତରେ ତ୍ରିରଙ୍ଗା ଧରି ସେଣ୍ଡାମ୍ପାଲାୟମରୁ ପଦଯାତ୍ରା ଆରମ୍ଭ କରିଛନ୍ତି। ପଦଯାତ୍ରା କରି ମାର୍ଚ୍ଚ ୧୨ରେ ହାଇଦ୍ରାବାଦରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି ଏହି ଦମ୍ପତି। କରୁପାହ୍ୟାଙ୍କୁ ଜିନିଷ ରଖିବା ପାଇଁ ଏକ ସାଇକେଲ ଉପହାର ସଦୃଶ ମିଳିଛି। ଗାନ୍ଧୀଙ୍କ ଏକତା, ଆତଙ୍କମୁକ୍ତ ବିଶ୍ୱ, ଧାର୍ମିକ ସଦ୍‌ଭାବ, ନାରୀ ସଶକ୍ତୀକରଣ, ନଦୀ ବଞ୍ଚାଓ ଭଳି ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ସମ୍ପୃକ୍ତ ଦମ୍ପତି।

Share