Advertisement

୧ ହଜାର ପିପିଇ କିଟ୍‌ ଦାନ କଲେ ବିଦ୍ୟା

ମୁମ୍ବାଇ,୨୫।୪: କରୋନା ଭାଇରସକୁ ହରାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ବିଲିଉଡ ସେଲିବ୍ରିଟିମାନେ। ଏବେ ବିଦ୍ୟା ବଲାନଙ୍କ ନାଁ ମଧ୍ୟ ଏହି ତାଲିକାରେ ଯୋଡି ହୋଇଯାଇଛି। ଅଭିନେତ୍ରୀ ବିଦ୍ୟା ଏବେ ଦେଶର କରୋନା ଯୋଦ୍ଧାଙ୍କ ପାଇଁ ୧ହଜାର ପର୍ସନାଲ ପ୍ରୋଟେକଟିଭ୍‌ ଇକ୍ୟୁପମେଣ୍ଟସ୍‌(ପିପିଇ) ଦାନ କରିଥିବା ଜଣାପଡିଛି। ଅଭିନେତ୍ରୀ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ସହ ସିଧାସଳଖ ମୁକାବିଲା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ କିଟ୍‌ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଯାହା ସେମାନଙ୍କୁ କରୋନା କବଳରୁ ରକ୍ଷା କରିବ। ଇନଷ୍ଟାଗ୍ରାମ ମାଧ୍ୟମରେ ସେ ପିପିଇ କିଟ୍‌ ଦାନ କରିଥିବା କଥା କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଦ୍ୟା ଘରେ କିପରି ମାସ୍କ ତିଆରି କରାଯାଇ ପାରିବ ତାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। କରୋନା ଯୁଦ୍ଧରେ ଯେ ଆମେ ଜଣେ ଜଣେ ଯୋଦ୍ଧା ପରୋକ୍ଷରେ ବିଦ୍ୟା ଏହା କହିବାକୁ ଚାହିଁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share