୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ଅନୁମାନ କରାଯାଇଛି। ବଜେଟକୁ କିପରି ଲୋକାଭିମୁଖୀ କରିହେବ, ସେନେଇ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ଲୋକମାନଙ୍କ ନିକଟରୁ ଜୁନ୍‌ ୪ରୁ ୧୫ ତାରିଖ ମଧ୍ୟରେ ମତାମତ ଲୋଡ଼ା ଯାଇଥିଲା। ହ୍ବାଟସ୍‌ଆପ୍‌, ଇ-ମେଲ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ଦେବାକୁ ଅନୁରୋଧ କରାଯାଇଥିଲା। ମତାମତଗୁଡିକୁ ତର୍ଜମା କରାଯାଉଛି। ବଜେଟ ଉପସ୍ଥାପନ ପୂର୍ବରୁ ସୋମବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବ, ବିଶିଷ୍ଟ ଅର୍ଥନୀତିଜ୍ଞ, ଅର୍ଥନୈତିକ ଅନୁଷ୍ଠାନ, ରିଜର୍ଭ ବ୍ୟାଙ୍କ, ନାବାର୍ଡ, କୃଷି, ଶିଳ୍ପ, ବାଣିଜ୍ୟ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ମତାମତ ଦେଇଛନ୍ତି। ବଜେଟର ରୂପରେଖ ପ୍ରସ୍ତୁତି କରିବାକୁ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ମତାମତ ଲୋଡ଼ାଯାଇଥିଲା। ସେ ସବୁ ବିଭାଗୀୟ ଅଧିକାରୀମାନେ ସଂଗ୍ରହ କରିଛନ୍ତି। ବଜେଟ ପ୍ରସ୍ତୁତି ସମୟରେ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏକ ଜନକଲ୍ୟାଣକାରୀ ବଜେଟ ପ୍ରସ୍ତୁତ କରାଯିବ ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ, ରାଜସ୍ବ କାହିଁକି କମୁଛି। ଏହାକୁ କିପରି ବଢ଼ାଯାଇପାରିବ। ବଜେଟ ଖର୍ଚ୍ଚ କିଭଳି ବଢ଼ାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ପର୍ଯ୍ୟଟନ, ବିପର୍ଯ୍ୟୟ ପ୍ରଶମନ, କ୍ଷୁଦ୍ର ଜଳସେଚନଗୁଡିକୁ ଆସନ୍ତା ବଜେଟରେ ଅଗ୍ରାଧିକାର ଦେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ ଆଗାମୀ ବର୍ଷଗୁଡିକ ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ବୈଠକରେ ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଛନ୍ତି। ଆସନ୍ତା ବଜେଟରେ ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ବ୍ୟୟ କରିବା ଉପରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ମତ ଦେଇଛନ୍ତି। ଏହାଛଡ଼ା ଶ୍ରମିକମାନଙ୍କର ମଜୁରି ମଧ୍ୟ ବଢ଼ିବା ଦରକାର ବୋଲି ସେ କହିଛନ୍ତି।
ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ରବି ନାରାୟଣ ସେନାପତି, କେ.ସି. ବଡୁ, ଶ୍ରମିକ ନେତା ସୌରୀବନ୍ଧୁ କର, ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ପ୍ରଫେସର ଏସ୍‌.ଏସ୍‌. ରଥ, ୟୁନିସେଫ୍‌ର ସୌମେନ ରାୟ, ସିଓ୍ବାଇଏସ୍‌ଡିର ବସନ୍ତ ନାୟକ, ୟୁସିସିଆଇର କିଶୋର ମହାନ୍ତି, ରିଜର୍ଭ ବ୍ୟାଙ୍କର ଡିଜିଏମ୍‌ ଡି.ପାତ୍ର, ନାବାର୍ଡର ସିଜିଏମ୍‌ ଏ. ଚନ୍ଦ୍ରଶେଖର, ଅର୍ଥନୀତି ସାମ୍ବାଦିକ ଦିଲୀପ ବିଶୋୟୀ, କୃଷକ ସଂଗଠକ ସୀମାଚଳ ନାହାକ, କେଶବ ଚନ୍ଦ୍ର ପାତ୍ର, ବ୍ୟବସାୟୀ ମହାସଂଘର ସୁଧାକର ପଣ୍ଡା ଏବଂ ଶକ୍ତିଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇ ନିଜ ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri