Categories: ବାଣିଜ୍ୟ

୧.୩୭ ଲକ୍ଷ ଇପିଏଫ୍‌ ଉଠାଣ ଆବେଦନର ଫଇସଲା

ନୂଆଦିଲ୍ଲୀ,୧୧।୪: କୋଭିଡ୍‌-୧୯ର ମୁକାବିଲା ଲାଗି ୧୦ ଦିନରୁ କମ୍‌ ସମୟ ମଧ୍ୟରେ ୧.୩୭ ଲକ୍ଷ ଇପିଏଫ୍‌ ଉଠାଣ ଆବେଦନର ଫଇସଲା କରାଯାଇଛି। କଓ୍ବୋଇସି ଜରିଆରେ ୭୨ ଘଣ୍ଟାରେ ଆବେଦନ ପତ୍ରର ଫଇସଲ କରାଯାଉଥିବା ଜଣାପଡିଛି। କୋଭିଡ୍‌-୧୯ ମୁକାବିଲାକୁ ଧ୍ୟାନରେ ରଖି ଇପିଏଫ୍‌ ଯୋଜନାରେ ବିଶେଷ ସଂଶୋଧନ ଆଣି ସ୍ବଳ୍ପ ସମୟ ମଧ୍ୟରେ ଲୋକଙ୍କୁ ଏଭଳି ସୁବିଧା ଯୋଗାଇ ଦିଆଯାଇଥିବା ସୂଚନା ରହିଛି। ଉଠାଣକାରୀଙ୍କ ଆବେଦନର ଫଇସଲ କରି ସେମାନଙ୍କୁ ୨୭୯.୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

Share