କରୋନା ଭୂତାଣୁ ଦେଶ ମଧ୍ୟରେ ଏବେ ବ୍ୟାପିଚାଲିଥିବା ବେଳେ ଦେଶର ବିମାନଚଳାଚଳ, ହୋଟେଲ ଏବଂ ମିଡିଆ କମ୍ପାନୀଗୁଡିକ ଏବେ ପରିଚାଳନା ନେଇ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏହି ଶିଳ୍ପଗୁଡିକର ପରିଚାଳନା ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଚାଲିଯାଉଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଉକ୍ତ ଶିଳ୍ପଗୁଡିକୁ ସରକାର ସହାୟତା ପ୍ୟାକେଜ ଘୋଷଣା କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି। ସାରା ଦେଶରେ ବିମାନ ସେବା ଏବେ ଠପ୍ ହୋଇଥିବା ବେଳେ ଏହା ସହ ଜଡିତ ସପ୍ଲାୟର ଭେଣ୍ଡର ମଧ୍ୟ ସମସ୍ୟା ସାମ୍ନା କରୁଛନ୍ତି। ଦେଶର ବିମାନ କମ୍ପାନୀଗୁଡିକ ପରିଚାଳାନ ଜନିତ କ୍ଷତି ସହିବା ଯୋଗୁ କର୍ମଚାରୀଙ୍କ ବେତନ କାଟ ନେଇ ଘୋଷଣା କରିଛନ୍ତି। ଲକ୍ଡାଉନ ଖୋଲିବା ପରେ ମଧ୍ୟ ବିମାନ ସେବା ନେଇ ଚାହିଦା ଠିକ୍ ହେବ ବୋଲି ସ୍ପଷ୍ଟ ଭାବେ କହି ହେବ ନାହିଁ ବୋଲି କେୟାର ରେଟିଂ ପକ୍ଷରୁ ସୂଚନା ରହିଛି। ସେହିଭଳି ଆଗାମୀ କିଛି ତ୍ରୈମାସ ଲାଗି ଦେଶର ହୋଟେଲ ଶିଳ୍ପ ପ୍ରଭାବିତ ସ୍ଥିତିରେ ରହିବ ବୋଲି କୁହାଯାଇଛି। ଚଳିତ ବର୍ଷ ପର୍ଯ୍ୟଟନ ଶିଳ୍ପ ୧.୫ ଲକ୍ଷ କୋଟି କ୍ଷତି ସହିବ ବୋଲି ରିପୋର୍ଟରେ କୁହାଯାଇଛି। ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଲିଜର ଆଡଭେଞ୍ଚର, ହେରିଟେଜ, କ୍ରୁଜ କ୍ଷେତ୍ରର ସ୍ଥିତି ମଧ୍ୟ ଏହି ସମୟରେ ବିିଗିଡିଯାଇଛି। ଏହା ସ୍ଥିତାବସ୍ଥାକୁ ଫେରିବାକୁ ହେଲେ ଆହୁରି କିଛି ଦିନ ଲାଗିବ। ସେହିଭଳି ଟିଭି, ପ୍ରିଣ୍ଟ, ସିନେମା ଶିଳ୍ପ ଏବଂ ଲାଇଭ ଇଭେଣ୍ଟ ଶିଳ୍ପ କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବା କୁହାଯାଇଛି।