Categories: ବାଣିଜ୍ୟ

୧.୬%କୁ ଖସିପାରେ ବିକାଶ ହାର

ନୂଆଦିଲ୍ଲୀ,୯।୪: ୨୦୨୦-୨୧ରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୧.୬%କୁ ଖସିପାରେ। ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ପକ୍ଷରୁ ଏଭଳି ଅନୁମାନ କରାଯାଇଛି। ୨୦୧୯-୨୦ ଲାଗି ଘରୋଇ ବଜାରର ବିକାଶ ହାର ୫% ରହିବା ନେଇ ଏହା ପୂର୍ବରୁ ଅନୁମାନ କରିଛି। କରୋନା ଆସିବା ପରେ ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି ଏବେ ବିଗିଡି ଯାଇଛି। ବିଭିନ୍ନ ରେଟିଂ ଏଜେନ୍ସି ଏବେ ଭାରତର ବିକାଶ ହାର ଅନୁମାନକୁ ଲଗାତର ଭାବେ କମାଉଛନ୍ତି। ପ୍ରଥମ ତ୍ରୈମାସ ଲାଗି ବିକାଶ ହାର ପୂର୍ବାନୁମାନ କିଛି ଏଜେନ୍ସି ଏବେ ସ୍ଥଗିତ ରଖିଛନ୍ତି। କରୋନା ଯୋଗୁ ବଜାରରେ ଉପୁଜିଥିବା ସ୍ଥିତିକୁ ସମ୍ଭାଳିବା ଲାଗି ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି। ଏ ଦିଗରେ ସୁଚିନ୍ତିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି। ୨୨ ମାର୍ଚ୍ଚରେ ଏହି ଏଜେନ୍ସି ଭାରତର ବିକାଶ ହାର ୨୦୨୦-୨୧ରେ ୩.୩% ରହିବା ନେଇ କହିଥିଲା। ମାତ୍ର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ୧.୬%କୁ ଖସାଇ ଦେଇଛି।

Share