Categories: ଜାତୀୟ

୧.୭କୋଟି ଟଙ୍କାର ତିମି ବାନ୍ତି ନେଇଯାଉଥିବା ବ୍ୟକ୍ତି ଗିରଫ

ମୁମ୍ବାଇ, ୧୯।୬: ତିମି ମାଛ ବାନ୍ତି(ଏମ୍ବରଗ୍ରିସ୍‌) ନେଇଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଏହି ବ୍ୟକ୍ତିଙ୍କ ଠାରୁ ସ୍ପର୍ମ ତିମିର ୧.୩ କିଲୋଗ୍ରାମ ଏମ୍ବରଗ୍ରିସ୍‌ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧.୭ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ପୋଲିସ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ରାହୁଲ ଦୁପାରେ(୫୩)ଙ୍କୁ ବିଦ୍ୟା ବିହାର ପାଖରୁ ଗିରଫ କରିଥିଲେ। ସୂଚନାଯୋଗ୍ୟ, ସ୍ପର୍ମ ତିମି ଏକ ବିରଳ ପ୍ରଜାତିର ମାଛ। କୌଣସି ବ୍ୟକ୍ତି ଏହି ମାଛର ଅଙ୍ଗ କିମ୍ବ ପଦାର୍ଥ ବିକ୍ରି କିମ୍ବା କ୍ଷତି କରିପାରିବ ନାହିଁ ବୋଲି ପୋଲିସ କହିଛି।

Share