ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ। କଳାଧନ କାରବାରକୁ ରୋକିବା ଲାଗି ବଜେଟରେ ଏଭଳି ବ୍ୟବସ୍ଥା ଘୋଷଣା କରାଯାଇଛି। ୨୦୧୭-୧୮ରେ ୧.୭୫ ଲକ୍ଷ ବ୍ୟକ୍ତିବିଶେଷ,କମ୍ପାନୀ ଓ ସଂସ୍ଥା ୧ କୋଟି ଟଙ୍କାରୁ ଅଧିକ ଉଠାଇଛନ୍ତି। ଏଥିରୁ କେତେକ ଅଂଶ ଆଇନସମ୍ମତ ଭାବେ ଉଠାଯାଇଛି। ଅବଶିଷ୍ଟ ଉଠାଣ ବେଆଇନ କୁହାଯାଇପାରେ। ଏଟିଏମ୍ ପରିଚାଳନା କରୁଥିବା କମ୍ପାନୀ, ବ୍ୟବସାୟୀ ଆଦିଙ୍କ ଉଠାଣ ବୈଧ। ଅବଶିଷ୍ଟ ଉଠାଣ ବେଳେ ଜାଲିଆତିର ପ୍ରମାଣ ମିଳିଛି। ଏପରିକି ଉଠାଣ ବେଳେ ଦିଆଯାଇଥିବା ପାନ୍ ନମ୍ବର ଜାଲ୍ ବୋଲି ଜଣାପଡିଛି। ଏବେ ଟିଡିଏସ୍ ଲାଗୁ କରି ସରକାର ଆଶାକରୁଛନ୍ତି ଯେ, ଏଭଳି ଲୋକ, ଫାର୍ମ ଉପର ନଜର ରଖାଯାଇପାରିବ ଓ ସେମାନେ ପାନ୍ ତିଆରି କରିବାକୁ ବାଧ୍ୟ ହେବେ। କାରଣ ଆଡଭାନ୍ସ ଟିକସ ପ୍ରଦାନ ବେଳେ ଏହାକୁ ଦର୍ଶାଇବାକୁ ପଡିବ। ମିଡିଆ ରିପୋର୍ଟ ଅନୁଯାୟୀ, ଆଲୋଚ୍ୟ ବର୍ଷରେ ୫୦୦ ଏଣ୍ଟିଟି ଏପରି ଅଛନ୍ତି ଯିଏକି ନିଜ ଆକାଉଣ୍ଟରୁ ୧୦୦ କୋଟି ଟଙ୍କାରୁ ଅଧିକ ନଗଦ ଉଠାଇଛନ୍ତି। ସରକାର ନଗଦ କାରବାରକୁ କମାଇ ଡିଜିଟାଲ ଟ୍ରାଞ୍ଜାକସନକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ନଗଦ ଉଠାଣ ଉପରେ ଟିଡିଏସ୍ ଆଦାୟ ନିଷ୍ପତ୍ତି ନିଆଯାଇଛି।

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ଏତିକି ବଢ଼ିପାରେ ଆପଣଙ୍କ ଦରମା
ନୂଆଦିଲ୍ଲୀ,୨୪।୪: ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ସେମାନଙ୍କ ଦରମାରେ ଏକ ବଡ଼ ବୃଦ୍ଧି ଘଟିବ।...

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…
ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

IMF ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ହ୍ରାସ କଲା
ନୂଆଦିଲ୍ଲୀ,୨୩।୪: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆର୍ଥିକ ବର୍ଷ ୨୦୨୬ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୨%କୁ ହ୍ରାସ କରିଛି। ଏହା ପୂର୍ବବର୍ଷ ଅପେକ୍ଷା...

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…
ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…
ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍ ଜାଣିଲେ ଉଡିବ ହୋସ
ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

KIA ମୋଟର ପ୍ଲାଣ୍ଟରୁ ନେଇଗଲେ ୯୦୦ ଇଞ୍ଜିନ, ୯ ଜଣ ଗିରଫ
ପେଣୁକୋଣ୍ଡା,୨୧।୪: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲାରେ ଥିବା ଦକ୍ଷିଣ କୋରିଆର କମ୍ପାନୀ KIA ମୋଟର୍ସର ପେନୁକୋଣ୍ଡା ପ୍ଲାଣ୍ଟରୁ ପ୍ରାୟ ୯୦୦କାର ଇଞ୍ଜିନ ଚୋରି ଘଟଣାରେ ପୋଲିସ...