Categories: ବାଣିଜ୍ୟ

୧.୯%କୁ ଖସିବ ଅଭିବୃଦ୍ଧି: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧୫। ୪ : ୨୦୨୦-୨୧ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ହାର ୧.୯%କୁ ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ଏହାର ପୂର୍ବାନୁମାନେ କହିଛି। ଚଳିତ ଆର୍ଥତ୍କ ବର୍ଷରେ ଭାରତର ବିକାଶ ହାର ୫.୮% ରହିବ ବୋଲି ଏହା ପୂର୍ବରୁ କହିଥିଲା। ମାତ୍ର କରୋନା ଜନିତ ସ୍ଥିତି ଯୋଗୁ ଘରୋଇ ବଜାରର ବିକାଶ ହାରକୁ ନେଇ ଏଜେନ୍ସି ଖସାଇ ଦେଇଛି। ୧୯୯୧ରେ ଦେଶରେ ଦେଖାଦେଇଥିବା ବାଲାନ୍ସ ଅଫ ପେମେଣ୍ଟ ସଙ୍କଟ ପରଠାରୁ ଏହା ସବୁଠୁ କମ୍‌ ସ୍ତରର ଅଭିବୃଦ୍ଧି ବୋଲି ଏହି ଅନ୍ତର୍ଜାତୀୟଏଜେନ୍ସି ମତ ପ୍ରକାଶ କରିଛି। ପୂର୍ବରୁ ହୋଇଥିବା ଆକଳନ ଅନୁସାରେ ଭାରତର ବିକାଶ ହାର ୩.୩% ଖସିବା ନେଇ ଏହା ମତ ରଖିଛି। ବିିଶ୍ୱ ସ୍ତରର ଆର୍ଥତ୍କ ମାନ୍ଦାବସ୍ଥା ଏବଂ ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟ ଯୋଗୁ ଆକଳନରେ ଏଭଳି ହ୍ରାସ କରାଯାଇଛି ବୋଲି ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ସୂଚନା ଦେଇଛନ୍ତି।
୨୦୨୧-୨୨ ଆର୍ଥତ୍କ ବର୍ଷରେ ଭାରତର ଆର୍ଥତ୍କ କାର୍ଯ୍ୟକଳାପରେ ପୁଣିଥରେ ସକରାତ୍ମକ ଦିଗ ସାମ୍ନାକୁ ଆସିବା ନେଇ ଆଇଏମ୍‌ଏଫ୍‌ ଆଶାବାଦୀ ରହିଛି। ଏଭଳି ସ୍ଥିତିରେ ଭାରତ ୭.୪% ବିକାଶ ହାର ହାସଲ କରିବାକୁ ପୁଣି ଥରେ ସକ୍ଷମ ହୋଇ ପାରିବ ବୋଲି ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ୍‌ ରିପୋର୍ଟରେ ଉଲ୍ଲେଖ କରିଛି। ୨୦୨୧ରେ ବିଶ୍ୱ ଅର୍ଥ ବ୍ୟବସ୍ଥା ୨୦୨୧ରେ ୫.୮%କୁ ଖସିବା ନେଇ ଏହା ପୂର୍ବାନୁମାନ କରିଛି। ୨୦୧୯-୨୦ରେ ଭାରତର ବିକାଶ ହାର ୪.୨% ରହିବାନେଇ ଏହା ମତ ରଖିଛି। ଏହା ୫% ରହିବ ବୋଲି ଏଜେନ୍ସି ପୂର୍ବରୁ ମତ ରଖିଥିଲା। ଚଳିତ ଆର୍ଥତ୍କ ବର୍ଷ ଲାଗି ବିଶ୍ୱବ୍ୟାଙ୍କ କରିଥିବା ପୂର୍ବାନୁମାନ ତୁଳନାରେ ଆଇଏମ୍‌ଏଫ୍‌ର ପୂର୍ବନାମୁାନ ୦.୪% ଅଧିକ ରହିଛି।
ସୂଚନାଯୋଗ୍ୟ ନରସିଂହ ରାଓ ସରକାରଙ୍କସମୟରେ ଭାରତର ବିକାଶହାର ୧.୧%କୁ ଖସିଥିଲା। ଏହା ପରେସରକାର ଅର୍ଥନୈତିକଉଦାରୀକରଣ ଦେଶରେ ପ୍ରଚଳନ କରାଇଥିଲେ। ଅନ୍ୟ ଏଜେନ୍ସିଗୁଡିକ ମଧ୍ୟ ଭାରତରବିକାଶହାର ହ୍ରାସକୁ ନେଇ ପୂର୍ବାନୁମାନ କରିଛନ୍ତି। ଭାରତୀର ଅଭିବୃଦ୍ଧି ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୦.୫% ରହିବ ବୋଲି ନୋମୁରା କହିଛି। ଏହାବାଦ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଭାରତର ବିକାଶ ହାର ୪% ରହିବ ବୋଲି କହିଛି।

Share