୨ଜଣଙ୍କୁ ଅଟକ ପରେ କୋର୍ଟ ଚାଲାଣରେ ବିଳମ୍ବ: ଏସ୍‌ଟିଏଫ୍‌, ଖୋର୍ଦ୍ଧା ଏସ୍‌ପିଙ୍କ ସମେତ ୫ ଜଣଙ୍କ ନାଁରେ ସର୍ଚ୍ଚ ୱାରେଣ୍ଟ

ଖୋର୍ଦ୍ଧା ଅଫିସ,୨୧।୭: ଖୋର୍ଦ୍ଧା ଜବଦସ୍ତପାଟଣାର ୨ ଜଣଙ୍କୁ ଅଟକ ପରେ କୋର୍ଟ ଚାଲାଣରେ ବିଳମ୍ବ, ମହିଳାଙ୍କୁ ମାଡ ମାରିବା ପରି ଅଭିଯୋଗ ଏସଟିଏଫ୍‌ ଓ ପୋଲିସ ନଁାରେ ରହିଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଏସ୍‌ପି ପିି.ଆର. ରାହୁଲ, ଇନ୍ସପେକ୍ଟର ଆଲୋକ ଜେନା ଓ ପ୍ରଜ୍ଞାପରମିତା ଦାସ, ଖୋର୍ଦ୍ଧା ଏସ୍‌ପି ଅମୂଲ୍ୟ ଦାସ ଓ ଆଇଆଇସି ଉମାଶଙ୍କର ସିଂ ପ୍ରମୁଖଙ୍କ ନଁାରେ ସର୍ଚ୍ଚ ୱାରଣ୍ଟ କୋର୍ଟ ପକ୍ଷରୁ ଜାରି ହୋଇଛି। ଆଇନଜୀବୀ ପ୍ରଭାତ ଦାଶଙ୍କ ସୂଚନା ଅନୁସାରେ, ଖୋର୍ଦ୍ଧା ଜବରଦସ୍ତପୁରର ରମେଶ ପୃଷ୍ଟି ଓ ଜ୍ୱାଇଁ ତପନ ସାହୁଙ୍କୁ ଏସ୍‌ଟିଏଫ୍‌ ଅଟକ ରଖିଛି। ତେବେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ କୋର୍ଟ ଚାଲାଣ କରୁନାହିଁ। ଯାହାକି ନିମୟର ବରୋଧାଚରଣ କରୁଛି। ଅନ୍ୟପକ୍ଷେ ଧରପଗଡ ବେଳେ ଏସ୍‌ଟିଏଫ୍‌ ଓ ପୋଲିସ ରମେଶଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ସହ ଗର୍ଭବତୀ ଝିଅଙ୍କ ପେଟକୁ ଗୋଇଠା ମାରିଛ୍ରି। ଏ ନେଇ କୋର୍ଟରେ ନଂ. ୬/୨୦୧୯ରେ ମିସ୍‌ କେସ ଦାଖଲ ହୋଇଛି। ସୋମବାର ସର୍ଚ୍ଚ ୱାରେଣ୍ଟର କାରଣ ନ ଦର୍ଶାଇଲେ ଅଦାଲତ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି।

Share