ସମ୍ବଲପୁର/ପଡ଼ିଆବାହାଲ, ୨୪ା୯ (ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ଜୁଜୁମୁରା ଥାନା ଅଧୀନ ଭଣ୍ଡାରିମାଲ ଗାଁରେ ସୋମବାର ରାତ୍ରି ପ୍ରାୟ ୯ଟାରେ ଦୁଇଜଣ ବ୍ୟକ୍ତିଙ୍କୁ ବିଭତ୍ସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏହି ଦୁଇ ମୃତକ ହେଲେ ଗାଁର ଜିତୁ କୁମୁରା ଓ ଶକ୍ତି କୁମୁରା। ଅନ୍ୟପକ୍ଷେ ବିଭୁତି କୁମୁରା ଓ ନନ୍ଦଲାଲ୍‌ ଭୋଇ ନାମକ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ଏହି ଘଟଣା ଘଟାଇଥିବା ୭ରୁ ୮ଜଣ ଅଭିଯୁକ୍ତ ଗାଁରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପୋଲିସ୍‌ ଏସ୍‌୍‌ଡିପିଓ ହାଡିବନ୍ଧୁ ସ୍ବାଇଁ ସାଇଣ୍ଟିଫିକ୍‌ ଟିମ୍‌ ସହ ଦଳବଳ ଭଣ୍ଡାରିମାଲ୍‌ ଗାଁରେ ପହଞ୍ଚତ୍ ତଦନ୍ତ କରୁଛନ୍ତି। ଗାଁର ଜଣେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର ନେଇ ମୀମାଂଶା ପାଇଁ ଉଦ୍ୟମ ଚାଲିଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।

Share