୨ଦିନ ପରେ ନିଖୋଜ ବୃଦ୍ଧଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ପଟ୍ଟାମୁଣ୍ଡାଇ,୨୩।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ପାଣ୍ଡି ଅଧୀନ ପେଣ୍ଠପାଳ ପଞ୍ଚାୟତ ଦାଣ୍ଡିସାହି ଗ୍ରାମ ଠାକୁରାଣୀ ପୋଖରୀରୁ ବୁଧବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଉକ୍ତ ଗ୍ରାମର ପୀତବାସ ସାହୁ(୭୦)। ସୋମବାର ସକାଳୁ ପୀତବାସ ନିଖୋଜ ଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରି ତାଙ୍କୁ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ତେବେ ବୁଧବାର ସକାଳେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।