୨ଦିନ ପ୍ରବଳ ଖରା

ଭୁବନେଶ୍ୱର,୨୬ା୩(ବ୍ୟୁରୋ)- କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରେ ଭୟ ଥିବାବେଳେ ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ପ୍ରଚଣ୍ଡ ଖରା ଯୋଗୁ ରାଜ୍ୟର କେତେକ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୩୯ଡିଗ୍ରୀ ସେଲସିୟସକୁ ଛୁଇଁଲାଣି। ଆସନ୍ତା ଦୁଇଦିନ ତାତି ଆହୁରି ବଢ଼ିବ ବୋଲି ଜଣାପଡ଼ିଛି। ପାରଦ ୪୦ଡିଗ୍ରୀକୁ ଛୁଇଁବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ୨୯, ୩୦ ଓ ୩୧ତାରିଖରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଭଦ୍ରକ ଆଦି ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାକୁ ୪୦ରୁ ୫୦କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ସବୁ ଜିଲାଗୁଡ଼ିକରେ ୟଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୩୭.୪, ଟିଟିଲାଗଡ ୩୭.୯, କଟକ ୩୬.୫ ଏବଂ ଭୁବନେଶ୍ୱରରେ ସର୍ବାଧିକ ୩୫.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share