୨ଦିନ ବିଧାନସଭା ଛୁଟି

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶନିବାର ଓ ରବିବାର ଦୁଇଦିନ ବିଧାନସଭା ବନ୍ଦ ରହିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଏହି ଘୋଷଣା କରିଥିଲେ। ପୂର୍ବ ନିର୍ଦ୍ଧାରୀତ କାର୍ଯ୍ୟ ସୂଚୀ ଅନୁଯାୟୀ ଶନିବାର ସରକାରୀ କାର୍ଯ୍ୟଦିବସ ଥିଲା। ତେବେ ବିଧାନସଭା କାର୍ଯ୍ୟ ପରାମର୍ଶ ଦାତା କମିଟି ସୁପାରିଶ କ୍ରମେ ଗୃହକୁ ଶନିବାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଛୁଟି ଦିବସ ଘୋଷଣା କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଗୃହରେ ଏକ ପ୍ରସ୍ତାବ ଆଣିଥିଲେ। ବାଚସ୍ପତି ଏହାକୁ ଗ୍ରହଣ କରି ଛୁଟି ଘୋଷଣା କରିଥିଲେ।

Share