୨ବର୍ଷରେ ନିମକାଠରେ ନିର୍ମାଣ କଲେ ତିରୁପତି ବାଲାଜୀଙ୍କ ୩ ମୂର୍ତ୍ତି: ଦାମ ୩ଲକ୍ଷ ୫୦ ହଜାର

ଫରିଦାବାଦ୍‌,୯।୨: ସୁରଜକୁଣ୍ଡ ମେଳାରେ ନିମକାଠରେ ନିର୍ମିତ ହୋଇଥିବା ୭ ଫୁଟ ଉଚ୍ଚର ତିରୁପତି ବାଲାଜୀଙ୍କ ମୂର୍ତ୍ତି ଦର୍ଶକଙ୍କ ଆକର୍ଷିତ କରୁଛି। ଏହାକୁ ଆନ୍ଧ୍ରପ୍ରଦେଶର ଚିତୌଡ଼ ଜିଲାର ମାଧବମ୍‌ମାଲା ଗାଁର ହସ୍ତଶିଳ୍ପୀ ପି. ସାମବିୟାହ ନିର୍ମାଣ କରିଛନ୍ତି। ୨ ବର୍ଷ ପରିଶ୍ରମ କରି ସେ ବାଲାଜୀଙ୍କ ୩ଟି ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହାର ଦାମ ଦାମ ୩ଲକ୍ଷ ୫୦ ହଜାର ଟଙ୍କା ରହିଛି। ଦାମ ଅଧିକ ଥିବାରୁ ଗତ ୧୦ ବର୍ଷ ଧରି ମୂର୍ତ୍ତି ଗୁଡ଼ିକ ବିକ୍ରି ନ ହୋଇ ସେପରି ରହିଛି। ଗତ ୧୫ ବର୍ଷ ଧରି ସେ କାଠରେ ବିଭିନ୍ନ ପ୍ରକାର ଆକର୍ଷଣୀୟ କଳାକୃତି ତିଆରି କରୁଛନ୍ତି। ଏବେ ସୁରଜକୁଣ୍ଡ ମେଳାରେ ସାମବିୟାହଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି।

Share