Advertisement

୨ବର୍ଷ ବିତିଲା ହୋଇପାରୁନି ନୂତନ ଷ୍ଟ୍ରକ୍‌ଚର କାର୍ଯ୍ୟକ୍ଷମ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୬-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ପଞ୍ଚାୟତ ଜାଗିରି ଖଇରପଟିଠାରେ ଏକ ନୂତନ ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ ହେବାର ୨ ବର୍ଷ ବିତିଲାଣି। ହେଲେ ଏହାକୁ ବିଦ୍ୟୁତ୍‌ ସଂଯୋଗ କରାଯାଉ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ପୂର୍ବରୁ ଗୋଡ଼ିପଡ଼ା ଅଞ୍ଚଳର ଲୋକମାନେ ଯେଉଁଭଳି ହଇରାଣ ହେଉଥିଲେ ସେହିଭଳି ହେଉଛନ୍ତି। ତେଣୁ ଏହାର ସମାଧାନ କରିବା ପାଇଁ ଗୋଡ଼ିପଡ଼ା ଅଞ୍ଚଳର କିଛି ବ୍ୟକ୍ତି ମଙ୍ଗଳବାର ଜିଲାପାଳଙ୍କୁ ଭେଟିଛନ୍ତି। ସେମାନଙ୍କ କହିବାନୁସାରେ ଶରଣକୂଳ ବିଦ୍ୟୁତ ବିଭାଗ ସର୍କଲ ୨ ଅନ୍ତର୍ଗତ ଜାଗିରିଖଇରପଟିଠାରେ ନିର୍ମାଣ ହେଉଥିବା ଷ୍ଟ୍ରକଚରଟି ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ବୈମାତୃକ ମନୋଭାବ ଯୋଗୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ବିଭାଗୀୟ କର୍ମଚାରୀମାନେ ବିନା କାରଣରେ ଦିନ ରାତି ସବୁ ସମୟରେ ବିଦ୍ୟୁତ କାଟ କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଓ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଅସହ୍ୟ ଯନ୍ତ୍ରଣା ଦେଉଛି। ନୂତନ ଷ୍ଟ୍ରକଚରଟି କାର୍ଯ୍ୟକ୍ଷମ ହେଲେ ବିଦ୍ୟୁତ୍‌ ସମସ୍ୟା ଦୂର ହୋଇ ପାରନ୍ତା ବୋଲି ସେମାନେ କହିଛନ୍ତି। ୨ ଦିନ ଭିତରେ ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share