Categories: ବାଣିଜ୍ୟ

୨ରୁ ୩ ଦିନରେ ଆସିପାରେ ଆର୍ଥତ୍କ ପ୍ୟାକେଜ: ଗଡକରୀ

ନୂଆଦିଲ୍ଲୀ,୧୨।୫: ଦେଶର ଆର୍ଥତ୍କ ସ୍ଥିତି ବର୍ତ୍ତମାନ ଖରାପ ରହିଛି। ଋଣ ଇଏମ୍‌ଆଇ ଉପରେ ୩ମାସର ମୋରାଟୋରିୟମ ଘୋଷଣା କରାଯିବା ପରେ ମଧ୍ୟ ସ୍ଥିତି ସୁଧୁରିନି। ଆଗାମୀ ୨ରୁ ୩ଦିନ ମଧ୍ୟରେ ସରକାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଶିଳ୍ପଜଗତ ସହିତ ଛିଡ଼ା ହୋଇଛନ୍ତି। ମାତ୍ର ସରକାର ସବୁ କିଛି କରିବେ ତାହା ମଧ୍ୟ ହୋଇପାରିବ ନାହିଁ। ଏଭଳି ପ୍ରସଙ୍ଗକୁ ଅଂଶୀଦାରମାନେ ବିଚାର କରିବାର ଆବଶ୍ୟକତା ରହିଛି। ସମସ୍ତଙ୍କୁ କିଭଳି ସୁବିଧା ପହଞ୍ଚାଯାଇପାରିବ ସେ ପ୍ରସଙ୍ଗକୁ ସରକାର ଫୋକସ କରୁଛନ୍ତି। ସରକାର ତାଙ୍କର ଯଥାସାଧ୍ୟ ଉଦ୍ୟମ ମଧ୍ୟ କରୁଛନ୍ତି। ଟିକସ ରିଫଣ୍ଡ ଶୀଘ୍ର ପ୍ରଦାନ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ସହ ଆଲୋଚନା କରିଥିବା ସେ ମତବ୍ୟକ୍ତ କରିଛନ୍ତି।

Share