ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ପାଇଁ ୨ଟି ପ୍ରମୁଖ ଅସ୍ତ୍ର ରହିଛି। ଗୋଟିଏ ହେଉଛି ସତର୍କତା ଏବଂ ଅନ୍ୟଟି ହେଉଛି ନମୁନା ପରୀକ୍ଷା କରି ଆକ୍ରାନ୍ତଙ୍କୁ ଚିହ୍ନଟ କରିବା। ଏହି ୨ଟିକୁ ଯଦି ଆମେ ସତର୍କତାର ସହ ପାଳନ କରିବା ତେବେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇପାରିବା ବୋଲି ଶୁକ୍ରବାର ଡିଏମ୍ଇଟି ପ୍ରଫେସର ସି.ବି.କେ ମହାନ୍ତି କହିଛନ୍ତି। କରୋନା ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆମେ ଯେତିକି ସଂଖ୍ୟାରେ ନମୁନା ପରୀକ୍ଷା କରିପାରିବା, ସେତିକି ଭଲ ହେବ। ଖୁବ୍ଶୀଘ୍ର ୨ଲକ୍ଷ ରାପିଡ ଟେଷ୍ଟିଂ ପାଇଁ କିଟ୍ ସଂଗ୍ରହ କରାଯାଉଛି ବୋଲି ମହାନ୍ତି କହିଛନ୍ତି।