Advertisement
Categories: ଅନୁଗୋଳ

୨ଲକ୍ଷ ୮୫ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି, ସନ୍ଧାନୀ କୁକୁର ସହାୟତାରେ ତନାଘନା

ଅନୁଗୋଳ ଅଫିସ, ୨।୭: ଅନୁଗୋଳ ଥାନା ଅନ୍ତର୍ଗତ ଜରସିଂହାଠାରେ ସୋମବାର ବିଳମ୍ବିତ ରାତିରେ ଘନଶ୍ୟାମ ସାହୁଙ୍କ ଘରୁ ଚୋରି ହୋଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସପରିବାର ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରିକରିବା ସହ ଏକ ଆଲମାରିକୁ ପ୍ରାୟ ୧୦୦ ମିଟର ଦୂରକୁ ବୋହି ନେଇଥିଲେ। ଅଲମାରି ଭାଙ୍ଗି ସେଥିରୁ ପ୍ରାୟ ୨ ଲକ୍ଷ ୮୫ ହଜାର ଟଙ୍କା ସମେତ ସୁନା ଅଳଙ୍କାର, ବୈଦେଶିକ ମୁଦ୍ରା ୩୫,୦୦୦ ଚୋରିକରି ନେଇଥିବା ଘନଶ୍ୟାମ ସାହୁ କହିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel