Advertisement

୨ଲୁଟେରାଙ୍କୁ ଗୋଡ଼ାଇ ଧରିଲା ପୋଲିସ

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତରେ ଦୁଇଜଣ ମହିଳାଙ୍କୁ ଟଙ୍କା ଲୁଟି ନେଇ ଫେରା ହୋଇଯାଉଥିବା ୨ଜଣ ଅଭିଯୁକ୍ତଙ୍କୁ ପୋଲିସ ଗୋଡ଼େଇ ଗୋଡ଼େଇ କୁଆଖିଆ ଥାନା ଅଞ୍ଚଳରୁ ଧରିଛି। ଅଭିଯୁକ୍ତଦ୍ୱୟ ହେଲେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଏଣ୍ଡର ହଳଦିଆ ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁଅ ରାଜୁ(୨୦) ଓ ବିକାଶ ଦାସ(୨୧) । ଉଭୟଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ମିଳିଥବବା ସୂଚନା ଅନୁସାରେ ବନ୍ଧଡିହ ଗ୍ରାମର କଳ୍ପନା ସାହୁ ଓ ଲକ୍ଷ୍ମୀପ୍ରିୟା ସାହୁ ବ୍ରହ୍ମବରଦାସ୍ଥିତ ଗ୍ରାମ୍ୟ ବ୍ୟାଙ୍କରୁ ଗ୍ରୁପ୍‌ ଜମାଖାତାରୁ ୨୨ ହାଜର ଟଙ୍କା ଉଠାଇ ଘରକୁ ଫରୁଥିବାବେଳେ ି ଏକ ଆପାଚି ବାଇକ୍‌ ନଂ-ଓଡି-୦୨ୟୁ-୧୭୮୬ରେ ଆସି ଲୁଟେରାଦ୍ୱୟ ଟଙ୍କା ବ୍ୟାଗକୁ ଲୁଟି ନେଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଁଚିବା ସହ ଲୁଟେରାଙ୍କ ପିଛା କରିଥିଲେ। ଖବରପାଇ ବ୍ରହ୍ମବରଦା ଫାଣ୍ଡି ଓ କୁଆଖିଆ ପୋଲିସ ଲୁଟେରା ଦୁଇଜଣଙ୍କୁ ହରିପୁର ବଜାର ନିକଟରେ କାବୁ କରିବାକୁ ସକ୍ଷମ ହୋଇଥିଲେ। ଏ ସମ୍ପର୍କରେ ଫାଣ୍ଡିରେ ହୋଇଥିବା ଅଭିଯୋଗ ଆଧାରରେ ଧର୍ମଶାଳା ଥାନାରେ କେସ୍‌ ନଂ-୫୫୯/୧୯ରେ ଏକ ମାମଲା ରୁଜୁ କରିବା ସହ ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଘଟଣାର ତଦନ୍ତ କରୁଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: jajpur