୨ଶହ କୋଟି କ୍ଲବରେ ସାମିଲ ହେଲା ତାନାଜୀ

ମୁମ୍ବାଇ: ବଲିଉଡ୍‌ ନାୟକ ଅଜୟ ଦେବଗନ ଓ କାଜଲଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’ ୨ଶହ କୋଟି କ୍ଳବରେ ସାମିଲ ହୋଇଛି। ଫିଲ୍ମ କ୍ରିଟିକ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ, ତାନାଜୀ ଏବେସୁଦ୍ଧା ୨୦୨.୮୩ କୋଟି ଟଙ୍କା ଆୟ କରିଛି। ରିଲିଜ୍‌ ହେବାର ୧୫ ଦିନ ମଧ୍ୟରେ ଏହି ଫିଲ୍ମ ୨ଶହ କୋଟି କ୍ଲବରେ ସାମିଲ ହୋଇଥିବା ଜଣାପଡିଛି। ଅଜୟ ଦେବଗନଙ୍କ କ୍ୟାରିୟରର ଏହା ଦ୍ୱିତୀୟ ଫିଲ୍ମ ଭାବେ ଡବଲ ସେଞ୍ଚୁରି ମାରିଥିବା ଫିଲ୍ମ ବୋଲି କୁହାଯାଉଛି। ଏହା ପୂର୍ବରୁ ଅଜୟଙ୍କର ‘ଗୋଲମାଲ ଏଗେନ’ ୨ଶହ କୋଟି କ୍ଲବରେ ସାମିଲ ହୋଇଥିଲା। ଯାହା ଦିପାବଳୀରେ ରିଲିଜ ହୋଇଥିଲା। ହେଲେ ଏବେ ନନ୍‌ ହଲିଡେରେ ରିଲିଜ୍‌ ହାଇଥିବା ଫିଲ୍ମ ତାନାଜୀ ଖୁବ୍‌ ଶୀଘ୍ର ୨ଶହ କୋଟି କ୍ଲବରେ ସାମିଲ ହୋଇଛି ବୋଲି କୁହାଯାଉଛି।

Share