୨ହଜାର ଅତିକ୍ରମ କଲା ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା: ହେବ ର଼୍ୟାପିଡ ଟେଷ୍ଟ

ନୂଆଦିଲ୍ଲୀ,୨୦।୪: ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହେଲେ ୧୧୦ କରୋନା ସଂକ୍ରମିତ। ଏହାକୁ ନେଇ ଏବେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୨,୦୦୩ରେ। ଯାହା ଦିଲ୍ଲୀ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୫ ହୋଇଥିବା ବେଳେ ୩୮ ଜଣ ଅନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି କହିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏହାକୁ ନଜରରେ ରଖି ସୋମବାରଠାରୁ ରାଜଧାନୀରେ ର଼୍ୟାପିଡ ଟେଷ୍ଟ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଦେଶରେ ଜାରି ରହିଥିବା ଲକ୍‌ଡାଉନ ସୋମବାରଠାରୁ କେତେକ ରାଜ୍ୟରେ କୋହଳ କରାଯାଇଥିବା ବେଳେ ଦିଲ୍ଲୀରେ ଏହା ଆଦୌ କୋହଳ କରାଯିବ ନୋହିଁ ବୋଲି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯଦିଓ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି ହେଲେ ସ୍ଥିତି ଠିକ୍‌ ନ ଥିବାରୁ ଲକ୍‌ଡାଉନରେ କୌଣସି କୋହଳ କରାଯିବ ନାହିଁ। କାରଣ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଦିଲ୍ଲୀବାସୀଙ୍କ ସୁରକ୍ଷା।

Share