Categories: ଜାତୀୟ

୨୦ତମ ପ୍ରସବ ପାଇଁ ପ୍ରଥମ ଥର ହସ୍ପିଟାଲ ଗଲେ ଲଙ୍କାବାଇ

ମୁମ୍ବାଇ,୧୦।୯: ମହାରାଷ୍ଟ୍ରର ବିଡ ଜିଲାରେ ଜଣେ ମହିଳା ୨୦ଥର ମା’ ହେବାକୁ ଯାଉଛନ୍ତି। ୩୮ବର୍ଷୀୟ ଲଙ୍କାବାଇ ୭ମାସର ଗର୍ଭବତୀ ଥିବା ବେଳେ ପ୍ରଥମ ଥର ପାଇଁ ସେ ହସ୍ପିଟାଲରେ ପ୍ରସବ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ୧୯ଟି ପିଲାଙ୍କୁ ଘରେ ହିଁ ଜନ୍ମ ଦେଇଥିଲେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲଙ୍କାବାଇ ଗୋପାଳ ସମ୍ପ୍ରଦାୟର ହୋଇଥିବା ବେଳେ ସେ ଯାଯାବର ଭାବେ ଜୀପନଯାପନ କରନ୍ତି। ମହିଳାଙ୍କର ୧୬ଟି ପ୍ରସବ ସଫଳ ହୋଇଥିବା ବେଳେ ଆଉ ୩ଟି ଭ୍ରୁଣଙ୍କୁ ସେ ନଷ୍ଟ କରିଦେଇଛନ୍ତି। ତେବେ ୧୬ଟି ପ୍ରସବରୁ ୧୧ଟି ପିଲା ଜୀବିତ ଥିବା ଜଣାପଡ଼ିଛି। ଅନ୍ୟ ୫ଟି ପିଲା ଜନ୍ମହେବାର କିଛି ଘଣ୍ଟା ବା କିଛି ଦିନ ପରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଲଙ୍କାବାଇ ୨୦ଥର ମା’ ହେବା କଥା ଶୁଣି ଡାକ୍ତର ଚକିତ ହେବା ସହ ମା’ ଛୁଆଙ୍କୁ ସଂକ୍ରମଣ ହେବା ଭୟରେ ତାଙ୍କର ଆବଶ୍ୟକୀୟ ପରୀକ୍ଷା କରାଯାଇଛି। ଏଥିସହ ପ୍ରସବ ପାଇଁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

Share