ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରେ ଟୋଲ୍ ଟାକ୍ସ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍ ଇଣ୍ଡିଆ(ଏନ୍ଏଚ୍ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପରିବହନ ଏବଂ ଲଜିଷ୍ଟିକ୍ କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷ ବିରୋଧ କରିଛନ୍ତି। ଲକ୍ଡାଉନ ପାଇଁ ୨୫ ମାର୍ଚ୍ଚରୁ ସରକାର ଟୋଲ୍ ଟିକସ ସଂଗ୍ରହକୁ ବାଦ୍ ଦେଇଥିଲେ। ଜରୁରୀ ସାମଗ୍ରୀ ପରିବହନ ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ୨୦ ଏପ୍ରିଲଠାରୁ କିଛି କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ଧ୍ୟାନରେ ରଖି ଟୋଲ୍ ଟିକସ ସଂଗ୍ରହ ନେଇ ନିଷ୍ପତ୍ତି ହୋଇଥିବା ପରିବର୍ତ୍ତିତ ବିଜ୍ଞପ୍ତିରେ କୁହାଯାଇଛି।