Categories: ଜାତୀୟ

୨୦ରୁ ଆଦାୟ ହେବ ଟୋଲ୍‌ ଟିକସ୍‌

ନୂଆଦିଲ୍ଲୀ,୧୯।୪: ଚଳିତ ମାସ ୨୦ ତାରିଖରୁ ଟୋଲ୍‌ ଟିକସ୍‌ ସଂଗ୍ରହ ପୁଣି ଥରେ ଆରମ୍ଭ ହେବ। ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପରିବହନ ଏବଂ ଲଜିଷ୍ଟିକ୍‌ କ୍ଷେତ୍ର ସହ ଜଡିତ ବ୍ୟକ୍ତିବିଶେଷ ବିରୋଧ କରିଛନ୍ତି। ଲକ୍‌ଡାଉନ ପାଇଁ ମାର୍ଚ୍ଚ ୨୫ରୁ ସରକାର ଟୋଲ୍‌ ଟିକସ ସଂଗ୍ରହକୁ ବାଦ୍‌ ଦେଇଥିଲେ। ଲକ୍‌ଡାଉନ୍‌ ଅବଧି ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲେ ମଧ୍ୟ ୨୦ ଏପ୍ରିଲଠାରୁ କିଛି କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ଧ୍ୟାନରେ ରଖି ଟୋଲ୍‌ ଟିକସ ସଂଗ୍ରହ ପାଇଁ ଏନ୍‌ଏଚ୍‌ଆଇ ନିଷ୍ପତ୍ତି ନେଇଛି।

Share