Categories: ମେଟ୍ରୋ

୨୦ରୁ ୫୦୦ ଟଙ୍କା

ରଜରେ ପାନର ମଜା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲେଣି ବ୍ୟବସାୟୀ। ଶହୀଦନଗରରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ସିଆରପିଏଫ୍‌ ଛକ, ବନାରସୀ ଓ ଡିଲକ୍ସ ଭଳି ପ୍ରାୟ ୨୦ରୁ ଊଦ୍ଧର୍‌ବ ଭେରାଇଟ୍‌ର ପାନ ଓ ଏହାର ଭଳିକି ଭଳି ମସଲା ଉପଲବ୍ଧ ହେଲାଣି ରାଜଧାନୀ ବଜାରରେ। ଶହୀଦନଗରଠାରେ ଥିବା ବନାରସୀ ପାନଭଣ୍ଡାର ପକ୍ଷରୁ ରଜ ଅବସରରେ ବିଭିନ୍ନ ପ୍ରକାରର ଫ୍ଲେଭର ପାନ ସହ ମିଠା ଓ ଜର୍ଦା ପାନ ଭଳି ଏକାଧିକ ରଜପାନ ବିକ୍ରିପାଇଁ ଉପଲବ୍ଧ ହେଉଛି। କଲିକତା ଓ ବାଙ୍ଗାଲୋରରୁ ସ୍ବତନ୍ତ୍ର ପାନପତ୍ର ଆସୁଛି। ଦିଲ୍‌ଖୁସ୍‌, ଦିଲ୍‌ ବାହାର୍‌, ଦିଲ୍‌ ଦିୱାନା, ଦିଲୱାଲା, ରାଜୱାଡି, ବଣ୍ଟି ବବ୍‌ଲି ପାନ୍‌, ଘୁଙ୍ଗୁରୁ, ମାୱା, ଡାଏଟ୍‌ ପାନ୍‌, ଫାୟାର୍‌ ପାନ୍‌, ଦବଙ୍ଗ ପାନ୍‌ ଭଳି ଆକର୍ଷଣୀୟ ନାମରେ ପାନ ମିଳୁଛି। ଏହାଛଡା ଫ୍ଲେଭର ପାନ ମଧ୍ୟରେ ଷ୍ଟ୍ରବେରୀ, ଚକୋଲେଟ୍‌, ପାଇନଆପଲ୍‌, ବଟରବ୍ଜ୍ରଚ୍‌, ଆପଲ, ଅରେଞ୍ଜ, ମ୍ୟାଙ୍ଗୋ, କେଶର ଏବଂ ଲିଚି ଫ୍ଲେଭରର ପାନ ଏଠାରେ ଗ୍ରାହକମାନେ ପାଇ ପାରୁଛନ୍ତି। ଯାହାର ଦାମ୍‌ ୨୦ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର୍ଯ୍ୟନ୍ତ ରହୁଛି। ଏହି ପାନରେ ସୋଲ ମିକ୍ସ, ରିମ୍‌ଝିମ୍‌, ହଲଚଲ, ସମ୍‌ ସୂପାରି, ଜିଲତାନ, ନଡିଆ ମିକ୍ସ, ଚକ୍‌ଲେଟ୍‌ ମିକ୍ସ, ଲବଙ୍ଗ ସୁପାରୀ ମିକ୍ସ, ମଧୁରୀ ପ୍ରଭୃତି ମସଲା ସହ ସଜାଇବା ପାଇଁ ଚେରୀ ବ୍ୟବହୃତ ହେଉଛି। ରାଜ୍ୟ ଓ ରାଜ୍ୟ ବାହାରୁ ଏହି ମସଲାଗୁଡିକ ଅଣାଯାଉଛି। ରଜ ପାଇଁ ସ୍ବତନ୍ତ୍ର ଗିଫ୍ଟ ପ୍ୟାକିଂ ମଧ୍ୟ ହେଉଛି। ଯାହାକୁ ଗ୍ରାହକମାନେ ପରଷ୍ପରକୁ ଉପହାର ସ୍ବରୂପ ଦେବା ପାଇଁ କିଣି ନେଉଛନ୍ତି।
ଅସମାପିକା ସାହୁ, ଭୁବନେଶ୍ୱର

Share