Categories: ଜାତୀୟ

୨୦ରେ ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୮ା୧ (ପି.ଟି.): ଭାଜପା ଜାତୀୟ ଅଧ୍ୟକ୍ଷ ପଦ ଲାଗି ଜାନୁୟାରୀ ୨୦ରେ ନାମାଙ୍କନପତ୍ର ଦାଖଲ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ତା ପରଦିନ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଭାଜପାର କାର୍ଯ୍ୟକାରୀ ସଭାପତି ଥିବା ଜେ.ପି. ନଡ୍ଡା ନିର୍ଦ୍ୱନ୍ଦ୍ୱରେ ଶୀର୍ଷ ପଦବୀକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଭାଜପାର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଶାଖା ମଧ୍ୟରୁ ଇତିମଧ୍ୟରେ ୨୧ଟିରେ ନିର୍ବାଚନ ଶେଷ ହୋଇଛି। ସାଂଗଠନିକ ନିର୍ବାଚନ ଦାୟିତ୍ୱରେ ଥିବା ଭାଜପା ନେତା ରାଧାମୋହନ ସିଂ ଜାତୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।

Share