Categories: ବାଣିଜ୍ୟ

୨୦ରେ ହାଲଓ୍ବା ସେରିମନି

ନୂଆଦିଲ୍ଲୀ,୧୯-୧: ଚଳିତ ମାସ ୨୦ ତାରିଖରେ ହାଲଓ୍ବା ସେରିମନି ଅନୁଷ୍ଠିତ ହେବ। ପ୍ରଥା ଅନୁସାରେ ଏହି ଦିନ ବଜେଟ ଦସ୍ତାବିଜ ପ୍ରିଣ୍ଟ ଆରମ୍ଭ ହୋଇଥାଏ। ଫେବୃୟାରୀ ପହିଲାରୁ ସାଧାରଣ ବଜେଟ ଆସିବାକୁ ଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦ରେ ହାଲଓ୍ବା ସେରିମନିକୁ ଆରମ୍ଭ କରିବେ। ନର୍ଥ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀଙ୍କ ସହ ବଜେଟ ପ୍ରକ୍ରିୟାରେ ସାମିଲ ଟିମ୍‌ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ। ସାଧାରଣ ବଜେଟ ଆସିବାର କିଛି ଦିନ ଆଗରୁ ଏହି ସେରିମନି ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଏକ ବଡ ପାତ୍ରରେ ହାଲଓ୍ବା ପ୍ରସ୍ତୁତ କରାଯିବା ସହ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଏହା ଖାଇବା ଲାଗି ପ୍ରଦାନ କରାଯାଇଥାଏ। ଏହି ଉତ୍ସବ ଶେଷ ହେଲା ପରେ ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ରହିଥିବା ଅଧିକାରୀମାନେ ପ୍ରାୟ ୧୦ ଦିନ ଲାଗି ନର୍ଥ ବ୍ଲକର ବେସ୍‌ମେଣ୍ଟକୁ ଯାଇଥାନ୍ତି। ସଂସଦରେ ବଜେଟ ଉପସ୍ଥାପନ ହେବା ପରେ ସେମାନେ ବାହାରକୁ ଆସିଥାନ୍ତି। ବାର୍ଷିକ ସାଧାରଣ ବଜେଟ ସଂକ୍ରାନ୍ତ କୌଣସି କଥା ଯେଭଳି ବାହାରେ ପ୍ରଘଟ ନ ହୁଏ ତାକୁ ନଜରରେ ରଖି ଏଭଳି ନିୟମ କରାଯାଇଛି।

Share