୨୦ଲକ୍ଷ ଦାଦାବଟିକୁ ନେଇ ଗୁଳିକାଣ୍ଡ

ଗୋପ,୭ା୧୧(ଡି.ଏନ୍‌.ଏ.) ଦାଦାବଟିକୁ ନେଇ ପୁରୀ ଜିଲା ଗୋପ ଅଞ୍ଚଳରେ ବୁଧବାର ଗୁଳିକାଣ୍ଡ ସହ ଗାଡ଼ି ପୋଡ଼ି ହୋଇଛି। ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ନିକଟରେ ଦୁଇ ଯୁବକ ଜଣେ ଠିକାଦାରଙ୍କୁ ଘରୁ ଡାକି ୨୦ଲକ୍ଷ ଟଙ୍କା ଦାଦାବଟିକୁ ନେଇ ଅଭିଯୁକ୍ତମାନେ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ପରେ ଯୁବକଦ୍ୱୟ ଖସିଯାଉଥିବାବେଳେ ଠିକାଦାରଙ୍କ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ସେମାନଙ୍କୁ ଧରି ନେଇଥିଲେ। ପରେ ସ୍ଥାନୀୟ ଲୋକେ ମିଶି ସେମାନଙ୍କୁ ଉତ୍ତମମଧ୍ୟମ ଦେବା ସହ ଅଭିଯୁକ୍ତ ଆଣିଥିବା ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଘଟଣା ଘଟିବାର ପ୍ରାୟ ଏକ ଘଣ୍ଟା ପରେ ଖବରପାଇ ପୋଲିସ ପହଞ୍ଚତ୍ ରକ୍ତାକ୍ତ ଅବସ୍ଥାରେ ଦୁଇ ଅଭିଯୁକ୍ତ ଏବଂ ଉମାକାନ୍ତଙ୍କୁ ଚିକିତ୍ସା ପାଇଁ ଗୋପ ଡାକ୍ତରଖାନାକୁ ପଠାଇଥିଲେ। ପରେ ଉମାକାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଦୁଇ ଅଭିଯକ୍ତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ସୁବର୍ଣ୍ଣପୁର ଗ୍ରାମର ଉମାକାନ୍ତ ସାହୁ ବିଭିନ୍ନ ଅଞ୍ଚଳରେ ଠିକାଦାରି କାମ କରୁଥିବାବେଳେ ତାଙ୍କୁ କେତେକ ଗୁଣ୍ଡାଶ୍ରେଣୀର ବ୍ୟକ୍ତି ଦାଦାବଟି ମାଗିଥିଲେ। ମାତ୍ର ସେ ଟଙ୍କା ନ ଦେଇଥିବାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି। ବୁଧବାର ସକାଳ ୭ଟାରେ ଦୁଇଯୁବକ ଏକ ସ୍କୁଟି (ନଂ. ଓଡ଼ି୦୨ଏଆର୍‌-୬୦୨୪) ଯୋଗେ ଆସି ଉମାକାନ୍ତଙ୍କ ଘର ନିକଟ ଇଟାଭାଟି ସାମ୍ନାରେ ପହଞ୍ଚତ୍ ତାଙ୍କୁ ଡାକିଥିଲେ। ଠିକାଦାର ଆସିବା ପରେ ଉଭୟଙ୍କ ମଧ୍ୟରେ ଦାଦାବଟିକୁ ନେଇ ବଚସା ହେବା ପରେ ହଠାତ୍‌ ଜଣେ ଅଭିଯୁକ୍ତ ଏକ ବନ୍ଧୁକ ବାହାର କରି ତାଙ୍କ ଜଙ୍ଘକୁ ଗୁଳିକରି ଫେରାର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ସ୍ଥାନୀୟ ଲୋକ ଧରି ପୋଲିସକୁ ଜଣାଇଥିଲେ। ପୋଲିସର ବିଳମ୍ବ ଯୋଗୁ ଉତ୍ତ୍ୟକ୍ତ ଲୋକେ ପୋଲିସ୍‌କୁ ଠେଲାପେଲା କରିଥିଲେ। ଏହି ଗୁଳି କାଣ୍ଡ ଘଟିବା ପରେ ପୁରୀ ଏସ୍‌ପି ଉମାଶଙ୍କର ଦାଶ, ନିମାପଡ଼ା ଡିଏସ୍‌ପି ପ୍ରଦୀପ କୁମାର ଦଳାଇ ଗୋପ ଥାନାରେ ପହଞ୍ଚତ୍ ଗୁଳିମାଡ଼ ଘଟଣାର ତଦନ୍ତ ଚଳାଇଛନ୍ତି। ଏ ନେଇ ଗୋପ ଥାନା ଅଧିକାରୀ ସୁଧୀର କୁମାର ସାହୁ କୁହନ୍ତି, ଠିକାଦାର ଜଣଙ୍କ ଚିକିତ୍ସାଧୀନ ଥିବାରୁ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେବା ପରେ ମକଦ୍ଦମା କରାଯିବ।

Share