୨୦ହଜାର ଲୁଟ୍‌ ଘଟଣା: ଜେଲ୍‌ ଗଲେ ୨ ଅଭିଯୁକ୍ତ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଆଙ୍କୋ ମାର୍କେଟ୍‌ ଛକରୁ ଧରାପଡ଼ିଥିବା ୨ଲୁଟେରାଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଗତ ୧୬ତାରିଖ ଅପରାହ୍ନରେ ଆଙ୍କୋ ଗ୍ରାମର ରନତ୍ାକର ବେହେରା ସ୍ଥାନୀୟ ୟୁନାଇଟେଡ଼ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୨୦ହଜାର ଟଙ୍କା ଉଠାଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳର ପି. ଅଜୟ ଓ କୋଦଳା ଥାନା ଅଞ୍ଚଳର ପି. ସୁଭାଷ ଏକ ବାଇକ୍‌ ଯୋଗେ ତାଙ୍କୁ ପିଛା କରି ଆଙ୍କୋ ୟୁପି ସ୍କୁଲ ନିକଟରୁ ଟଙ୍କା ଲୁଟ୍‌ କରି ଦ୍ରୁତବେଗରେ ପଳାଉଥିଲେ। ମାତ୍ର ଭାରସାମ୍ୟ ହରାଇ ଛକ ନିକଟରେ ପଡ଼ିଯିବାରୁ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିଲେ। ଲୁଟେରାଦ୍ୱୟଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ମାଡ଼ ମାରି ପୋଲିସଙ୍କୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଆହତଦ୍ୱୟଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଏନେଇ ମାମଲା (ନଂ. ୮୪/୧୯) ସୋମବାର ସେମାନଙ୍କୁ ଚିକିତ୍ସାଳୟରୁ ଅଣାଯାଇ ପଚରାଉଚୁରା କରାଯାଇଥିଲା। ଅଭିଯୁକ୍ତଙ୍କଠାରୁ ଚୋରି ଟଙ୍କା ଓ ବାଇକ ଜବତ ହୋଇଥିଲା।