Categories: ଜାତୀୟ

୨୦୦୦ କେନ୍ଦ୍ରୀୟ ପୋଲିସ ମଗାଇଲା ମହାରାଷ୍ଟ୍ର

ମୁମ୍ବାଇ,୧୪ା୫: ମହାରାଷ୍ଟ୍ର ସରକାର ୨୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ (ସିଏପିଏଫ୍‌)ଯୋଗାଇଦେବା ଲାଗି କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୨ରୁ ରାଜ୍ୟରେ ଲକ୍‌ଡାଉନ କାର୍ଯ୍ୟକାରୀ ହୋଇଥିଲା। ଆଗକୁ ଇଦ୍‌ ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପଡ଼ିବ। ଏଥିସହିତ ରାଜ୍ୟ ପୋଲିସ କର୍ମଚାରୀମାନଙ୍କୁ ବିଶ୍ରାମ ଦେବା ଲାଗି ୨୦୦୦ କେନ୍ଦ୍ରୀୟ ପୋଲିସ ମଗାଯାଇଥିବା ସେ କହିଛନ୍ତି।

Share