Categories: ଜାତୀୟ

୨୦୦୮ ଜୟପୁର ବୋମା ବିସ୍ଫୋରଣ: ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଜୟପୁର,୧୮।୧୨: ରାଜସ୍ଥାନ ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ବିସ୍ଫୋରଣ ମାମଲାରେ ୧୧ ବର୍ଷ ପରେ ବୁଧବାର ବିଶେଷ ଅଦାଲତ ରାୟ ଦେଇଛନ୍ତି। ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି। ବିଚାରପତି ଅଜୟ କୁମାର ଶର୍ମା ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। ଏହି ମାମଲାରେ ଏଟିଏସ୍‌ ପକ୍ଷରୁ ୧୧ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ୧୫ ମିନିଟ୍‌ ମଧ୍ୟରେ ୮ ବିସ୍ଫୋରଣରେ ୮୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୬ ଆହତ ହୋଇଥିଲେ। ଏହି ମାମଲାରେ କୋର୍ଟ ୧୨ ଶହ ୯୬ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରିଥିଲେ।

Share