Categories: ଖେଳ

୨୦୦ ଗରୀବ ପରିବାରକୁ ରାଶନ ବାଣ୍ଟିଲେ ଆଫ୍ରିଦୀ

କରାଚୀ,୨୫।୩- ପୂରା ବିଶ୍ୱକୁ ଧିରେ ଧିରେ ଗ୍ରାସ କରୁଛି କରୋନା ଭାଇରସ। ଏହି ମାରାତ୍ମକ ଭାଇରସରୁ ବଞ୍ଚତ୍ବା ପାଇଁ କୌଣସି ଔଷଧ ନ ଥିବାରୁ ବିଭିନ୍ନ ଦେଶ ଭଳି ପାକିସ୍ତାନ ସରକାର ଦେଶରେ ଲକ୍‌ଡାଉନ ଜାରି କରିଛନ୍ତି। ଏଭଳି ସ୍ଥିତିରେ ଦିନ ମଜୁରିଆ ଓ ଖଟିକିଆଙ୍କ ନିଜର ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରୁଛନ୍ତି। ଏଣୁ ସେମାନଙ୍କୁ ସାହାଯ୍ୟ ଦରକାର। ଏଥିନେଇ ଆଗେଇ ଆସିଛନ୍ତି ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ। ବିସ୍ଫୋରକ ବ୍ୟାଟ୍ସମ୍ୟାନ ପାକିସ୍ତାନରେ ୨୦୦ ଗରିବ ପରିବାରକୁ ନିଜେ ରାଶନ ବାଣ୍ଟିଛନ୍ତି। ଏ ନେଇ ଟୁଇଟରରେ କିଛି ଫଟୋ ସହ ଏକ ପୋଷ୍ଟ ଶେୟାର କରିଥିଲେ। ଏହା ତାଙ୍କ ପ୍ରଶଂସକଙ୍କ ହୃଦୟ ସହ ଭେଟେରାନ ଭାରତୀୟ ଖେଳାଳି ହରଭଜନ ସିଂଙ୍କ ମଧ୍ୟ ମନ ଜିଣିପାରିଛି। ଫିଲ୍ଡରେ ସର୍ବଦା ମୁହଁାମୁହିଁ ହେଉଥିବା ହରଭଜନ ଏବେ ଆଫ୍ରିଦୀଙ୍କୁ ପ୍ରଶଂସା କରିଛନ୍ତି। ମାନବିକା ଲାଗି ଏହା ମହତ କାର୍ଯ୍ୟ। ଭଗବାନ ତୁମକୁ ସାହା ହୁଅନ୍ତୁ ବୋଲି ଟରବୋନେଟର ଟୁଇଟ୍‌ କରି ଲେଖିଛନ୍ତି।

Share