୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଆରମ୍ଭ

ନୂଆପଡା ଅଫିସ,୨୭।୪-ସ୍ଥାନୀୟ ସିଲଦାସ୍ଥିତ ଅନ୍ବେଷା ହଷ୍ଟେଲରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଉଦ୍‌ଘାଟିତ ହୋଇଛି । ଏହାକୁ ଜିଲାପାଳ ମଧୁସ୍ମିତା ସାହୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ସୂଚନା ଦେଇ କହିଛନ୍ତି ଯେ, ଏଥରେ କରୋନା ଲକ୍ଷଣ ଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇ ସ୍ବାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯିବ। ତେବେ ରୋଗୀ ଚିକିତ୍ସା ସକାଶେ ୭୫ଜଣ ଷ୍ଟାଫ ନର୍ସ, ୨୫ଜଣ ଏଏନଏମ, ୪ଜଣ ପୁରୁଷ ସ୍ବାସ୍ଥ୍ୟ କର୍ମୀ, ମାଇକ୍ରୋ ବାୟୋଲୋଜିଷ୍ଟ ନିୟୋଜିତ ଅଛନ୍ତି। ୮ଜଣ ଡାକ୍ତରଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି।