Categories: ଜାତୀୟ

୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେନା ଯବାନଙ୍କୁ ପୋଷାକ-ଖାଦ୍ୟ ସାମଗ୍ରୀ ମିଳିବାରେ ହୋଇଥିଲା ଅନିୟମିତତା: ସିଏଜି ରିପୋର୍ଟ

ନୂଆଦିଲ୍ଲୀ,୪।୨: ଦେଶର ସୁରକ୍ଷା ସେନା ଯବାନଙ୍କ ହାତରେ ରହିଛି। ତେବେ ସେମାନଙ୍କୁ ମଧ୍ୟ ୩ ବର୍ଷ ଧରି ନିୟମିତ ପୋଷାକ ଏବଂ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମିଳୁ ନାହିଁ। ଏନେଇ ସିଏଜିଙ୍କ ପକ୍ଷରୁ ଲୋକ ସଭାରେ ଉପସ୍ଥାପନ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ସେନା ଯବାନଙ୍କ କ୍ଷେତ୍ରରେ ଏଭଳି ଅନିୟମିତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୬ରେ ସେନା ଯବାନଙ୍କୁ ପିନ୍ଧିବା ପାଇଁ ଜୋତା ମଧ୍ୟ ଯୋଗାଇବାରେ ଅନିୟମିତତା ହୋଇଥିଲା। ଏପରିକି ୨୦୧୪ଠାରୁ ୨୯୭ ଅକ୍ସିଜେନ୍‌ ସିଲିଣ୍ଡର ମଧ୍ୟ ସେନାଙ୍କୁ ଦିଆଯାଇ ନ ଥିଲା। ଏସବୁ ସିଲିଣ୍ଡରଗୁଡ଼ିକର ଶେଷ ବ୍ୟବହାର ତାରିଖ ୨୦୧୪ ସେପ୍ଟେମ୍ବର ଥିଲା। ଏସମ୍ପର୍କରେ କେନ୍ଦ୍ରୀୟ ଅଡିର୍ନାସ୍‌ ଡିପୋ ପକ୍ଷରୁ ୨୦୧୮ ଜୁନ୍‌ରେ ସୂଚନା ଦିଆଯାଇଥିଲା। ପୋଷାକ ଏବଂ ଖାଦ୍ୟ ପଦାର୍ଥର ଅଭାବ ନ ଥିଲେ ମଧ୍ୟ ଏହାର ଯୋଗାଣ ଠିକ୍‌ ଭାବେ କରାଯାଇ ନ ଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୯ ଡିସେମ୍ବରରେ ଏହି ରିପୋର୍ଟ ରାଜ୍ୟ ସଭାରେ ଉପସ୍ଥାପିତ ହୋଇଥିବାବେଳେ ଲୋକ ସଭାରେ ଉପସ୍ଥାପନ ହୋଇ ପାରି ନ ଥିଲା।

Share